ନବ ନିଯୁକ୍ତ ୯ ଅତିରିକ୍ତ ଓ ସହକାରୀ ପବ୍ଲିକ ପ୍ରସିକ୍ୟୁଟର ଜିଲ୍ଲାପାଳଙ୍କୁ ଭେଟିଲେ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ରାଜ୍ୟ ସରକାରଙ୍କ ଆଇନ ବିଭାଗ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାରେ ନିଯୁକ୍ତି ପାଇଥିବା ୯ଜଣ ସରକାରୀ ଓକିଲ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ ଗୁରୁବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସାତକ୍ଷାତକରି ଯୋଗଦାନ ରିପୋର୍ଟ ପ୍ରଦାନ କରିଛନ୍ତି । ସେହି ନବ ନିଯୁକ୍ତ ସରକାରୀ ଓକିଲମାନେ ହେଉଛନ୍ତି ଅତିରିକ୍ତ ପିପି ସୁରେଶ ଚନ୍ଦ୍ର ନାୟକ,ସହକାରୀ ପିପି ସ୍ମୃତିରଞ୍ଜନ ସିଂ, ମୀର ଅଫସର ଅଲ୍ଲୀ ବକ୍ସ, ତମସା ପାତ୍ର, ଅଜୟ କୁମାର ମହାନ୍ତି ଓ ପଟ୍ଟାମୁଣ୍ଡାଇ ପ୍ରଥମ ଶ୍ରେଣୀ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟରେ ନିଯୁକ୍ତି ପାଇଥିବା ସହକାରୀ ପିପି ରାଜେନ୍ଦ୍ର କୁମାର ମିଶ୍ର ଓ ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ । ସେହିପରି ଗରଦପୁର ତହସିଲଦାର ତଥା ଏକଜିକ୍ୟୁଟିଭ ମ୍ୟାଜିଷ୍ଟେଟଙ୍କ କୋର୍ଟରେ ସହକାରୀ ପିପି ବ୍ରଜସୁନ୍ଦର ରାଉତ ଓ ଡେରାବିଶି ତହସିଲଦାର ତଥା ଏକଜିକ୍ୟୁଟିଭ ମ୍ୟାଜିଷ୍ଟେଟଙ୍କ କୋର୍ଟରେ ସହକାରୀ ପିପି ଭାବେ ସେକ ଅଜିମୁଦ୍ଦିନ ନିଯୁକ୍ତି ପାଇଛନ୍ତି । ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଆଇନ ମନ୍ତ୍ରୀ ପ୍ରତାପ କୁମାର ଜେନା,ରାଜ୍ୟ ବିଜେଡି ଆଇନଜୀବି ସାମୁଖ୍ୟର ଆବାହକ ମିଲନ କାନୁନଗୋ ଏବଂ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବିଧାୟକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।