ନବ ନିର୍ବାଚିତ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସି ଅଧ୍ୟକ୍ଷା ପଦବୀ ସମେତ ୩ ଜଣ କାଉନସିଲର ଭାରତୀୟ ଜନତା ପାର୍ଟୀରର ବାଜିମାତ୍ ମାରିଥିବା ବେଳେ ଆଜି ନବ ନିର୍ବାଚିତ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଛତ୍ରପୁର ଏନଏସିକୁ ମୁନିସିପାଲଟି ମାନ୍ୟତା ଲାଗି ଉଦ୍ୟମ କରିବି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହା ସହ ଦଳୀୟ ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ଲାଗି କାର୍ଯ୍ୟ କରିବାକୁ ମଧ୍ୟ ସେ କହିଛନ୍ତି । ଏନଏସି ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଯୁବନେତା କେ. ଚନ୍ଦ୍ର ଶେଖର ରେଡ୍ଡୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଆଇନଜୀବୀ ପ୍ରଦୀପ ପାଢୀ, ଭାରତୀୟ ଜନତା ପାର୍ଟିର ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ ରାଉଳଙ୍କ ସମେତ ଦଳୀୟ କାଉନସିଲର ଓ ସମର୍ଥକ ମାନେ ଉପସ୍ଥିତ ରହି ଅଧ୍ୟକ୍ଷା ଶ୍ରୀମତି ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।


