ନବ ନିର୍ବାଚିତ ପ୍ରତିନିଧି ଙ୍କ କର୍ମଶାଳା ଓ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ
ରାଇକିଆ, (ପ୍ରଦୀପ କୁମାର ବେହେରା) :-କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ବୁଧବାର ନିର୍ବାଚନ ମଣ୍ଡଳୀ ସ୍ତରୀୟ ନବନିର୍ବାଚିତ ପ୍ରତିନିଧି ଙ୍କୁ ନେଇ ଏକ କର୍ମଶାଳା ଏବଂ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଯୋଗ ଦେଇ ପ୍ରତିନିଧି ମାନଙ୍କୁ ଶୃଙ୍ଖଳିତ ଲୋକ ପ୍ରତିନିଧି ଭାବେ କିପରି ଜନ ସାଧାରଣ ଙ୍କ ପାଇଁ କାର୍ଯ୍ୟ କରିହେବ ଏବଂ ଆସ୍ଥାଭାଜନ ହୋଇ ପାରିବେ ଓ ବିକାଶ କାର୍ଯ୍ଯ କୁ ତ୍ୱରାନ୍ୱିତ କରିବା ଦିଗରେ ସହାୟକ ହୋଇ ପାରିବେ ସେ ନେଇ ପରାମର୍ଶ ଦେଇଥିଲେ । ଏହି ଅବସର ରେ ସମସ୍ତ ନବ ନିର୍ବାଚିତ ପ୍ରତିନିଧି ଙ୍କୁ ସମ୍ୱର୍ଦ୍ଧନା ଦିଆ ଯାଇଥିଲା । କାର୍ଯ୍ୟକ୍ରମ ରେ ଜିଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ , ଜି ଉଦୟଗିରି ଏନ୍ଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ରାଇକିଆ ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣ ପ୍ରମୁଖ ଯୋଗଦେଇଥିଲେ ।