ନବ ନିର୍ବାଚିତ ବିଧାୟକ ଅମରେନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧନା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁରେ ଅଲଣା ମଣ୍ଡଳ ବିଜେପି ପକ୍ଷରୁ ଜଗତସିଂହପୁର ନବ ନିର୍ବାଚିତ ବିଧାୟକ ଅମରେନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଧାୟକ ଶ୍ରୀ ଦାସ ପ୍ରଥମେ ଗଜରାଜପୁରସ୍ଥିତ ମା’ ଓଷା ଦେବୀ ମନ୍ଦିର ପରିସରରେ ପହଁଚିବା ପରେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ରନାଥ ବିଶ୍ୱାଳଙ୍କ ସହିତ ମିଶି ମନ୍ଦିର ପରିସରକୁ ସଫେଇ କରିବା ସହିତ ବୃକ୍ଷରୋପଣ କରିଥିଲେ । ପରେ ଦଳୀୟ କର୍ମୀଙ୍କ ସହିତ ଏକ ଶୋଭାଯାତ୍ରା ବାହାରି ମା’ ଓଷା ଦେବୀ ମଣ୍ଡପ ପରିସରରେ ପହଁଚିଥିଲେ । ସେଠାରେ ଜଗତସିଂହପୁର ଜିଲ୍ଲା ମିଡିଆ ସେଲର ସଂଯୋଜକ ଗଣେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବିଧାୟକ ଶ୍ରୀ ଦାସ ଯୋଗ ଦେଇ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ତାଙ୍କର ପ୍ରଥମ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ବିଧାୟକଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ରନାଥ ବିଶ୍ୱାଳ, ଅଲଣା ମଣ୍ଡଳ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ନାଉଗାଁ ମଣ୍ଡଳ ସଭାପତି ନିଲୁରାମ ଜେନା, ଅଲଣା ପୂର୍ବତନ ସରପଂଚ ସୁଶାନ୍ତ ମଲ୍ଲିକ, ସମାଜସେବୀ ପ୍ରଶାନ୍ତ ମିଶ୍ର ଆଦିଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଜାମୁଗାଁର ପୂର୍ବତନ ସରପଂଚ ଲଲାଟେନ୍ଦୁ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ