ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷାଙ୍କୁ ଅଭିନନ୍ଦନ ଜଣାଇଲେ ଛାତ୍ର ବିଜେଡି
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅଧ୍ୟକ୍ଷା ଭାବେ ତୃଷ୍ଣା ଲେଙ୍କା ନିର୍ବାଚିତ ହୋଇଛନ୍ତି । ବ୍ଲକ ଛାତ୍ର ବିଜେଡି ତରଫରୁ ଜିଲ୍ଲା ଛାତ୍ର ଉପସଭାପତି ଆଲୋକ ରଂଜନ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ଛାତ୍ର ସଂପାଦକ ପୃଥିରାଜ ମହାନ୍ତି, ବ୍ଲକ ସଭାପତି ଲୋକନାଥ ଦାସ, ରଶ୍ମୀରଂଜନ ରାଉତ, ସ୍ମୃତିରଂଜନ ରାୟ, ବ୍ଲକ ଛାତ୍ର ଉପସଭାପତି ସୁଧିର ଦାସ, ଦିବ୍ୟରଂଜନ ନାୟକ, ଅଭିଷେକ ମହାନ୍ତି, ସୁଜିତ ମହାନ୍ତିଙ୍କ ସମେତ ବହୁ ଛାତ୍ରନେତାମାନେ ସାମିଲ ହୋଇ ଅଧ୍ୟକ୍ଷା ଶ୍ରୀମତୀ ଲେଙ୍କାଙ୍କୁ ତାଙ୍କ ବାସଭବନରେ ଭେଟି ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଛନ୍ତି ।


