ନବ ନିର୍ବାଚିତ ବ୍ଳକ ଅଧ୍ୟକ୍ଷାଙ୍କ ଦାୟିତ୍ଵ ଗ୍ରହଣ ଓ ଶପଥ ପାଠ ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ଦିଗପହଣ୍ଡି ବ୍ଳକ ନବ ନିର୍ବାଚିତ ଅଧ୍ୟକ୍ଷା ସୁନୀତା ସେଠୀ ଶୁକ୍ରବାର ପୂର୍ବାହ୍ନରେ ବ୍ଳକ ପରିସରରେ ଥିବା ଅଧ୍ୟକ୍ଷ କାର୍ଯ୍ୟଳୟରେ ନିଜର ଦାୟିତ୍ଵ ନିର୍ବାହ କରିବା ସହ ଶପଥ ପାଠ କରିଥିବା ଜଣାପଡ଼ିଛି । ତ୍ରିସ୍ତରୀୟ ନିର୍ବାଚନରେ ଗୋକର୍ଣ୍ଣପୁର ସମିତି ସଭ୍ୟା ଭାବେ ବିପୁଳ ଭୋଟରେ ବିଜୟୀ ପରେ ଗତ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ବ୍ଳକ ଅଧିନସ୍ଥ ୨୫ ଗୋଟି ସମିତି ସଭ୍ୟ/ ସଭ୍ୟା ଙ୍କୁ ନେଇ ଅଧ୍ୟକ୍ଷ ନିର୍ବାଚନ ହୋଇଥିଲା । ତେବେ ସୁନୀତା ଅପ୍ରତିଦ୍ଵନ୍ଦୀ ରହି ଅଧ୍ୟକ୍ଷା ଭାବେ ବିଜୟୀ ହୋଇଥିଲେ । ଆଜି ଅଧ୍ୟକ୍ଷା ଶ୍ରୀମତୀ ସୁନୀତା ନିଜର ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ କାର୍ଯ୍ୟଳୟରେ ପୂଜା ଅର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଏହାପରେ ସେ ନିଜ ଦାୟୀତ୍ବ ଭାର ଗ୍ରହଣ କରିଥିଲେ । ଏହି କାର‌୍ୟ୍ୟକ୍ରମ ରେ ସମସ୍ତ ସରପଞ୍ଚ , ସମିତି ସଭ୍ୟ , ନାଏବ ସରପଞ୍ଚ , ୱାର୍ଡସଭ୍ୟ ଏବଂ ପଞ୍ଚାୟତ ବାସୀଙ୍କ ଉପସ୍ଥିତିରେ ଶପଥ ପାଠ କରିବା ସହ ବ୍ଳକରେ ଥିବା ସମସ୍ତ ପଞ୍ଚାୟତର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେବା ସହ ଗରିବ ହିତାଧିକାରୀ ମାନେ ଯେପରି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାରୁ ଯେପରି ବଞ୍ଚିତ ନ ରହିବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହାପରେ ସେମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କ ସହ ଆଲୋଚନା କରିବା ସହ ସମ୍ବର୍ଦ୍ଧନା ଜଣାଇଥିଲେ । ବ୍ଲକ ର ସମସ୍ତ କର୍ମଚାରୀ ଶୁଭେଚ୍ଛା ଜଣାଇବା ସହଏହି ଅବସରରେ ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ସେଠୀଙ୍କୁ , ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ , ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏମ୍. ନିରଞ୍ଜନ ରେଡ୍ଡୀ , ଜିଲ୍ଲା ବିଜେଡ଼ି ଉପସଭାପତି ବି . କ୍ରିଷ୍ଣାରାଓ ସୁବୁଦ୍ଧି , ବ୍ଲକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ର , ନବ ନିର୍ବାଚିତ ସରପଞ୍ଚ ରଞ୍ଜନ କୁମାର ସାହୁ , ମନୋରଞ୍ଜନ ଗୈାଡ , ବିଜୟ ପ୍ରଧାନ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ସେଠୀ , ରବିଚନ୍ଦ୍ର ଗୌଡ , ବ୍ଳକ ଯୁବ ବିଜେଡ଼ି ସଭାପତି ଚିତ୍ରସେନ ଗୈାଡ , ନାଏବ ସରପଞ୍ଚ ପ୍ରତିନିଧି ପ୍ରକାଶ ବେହେରା ସମେତ ବହୁ ଦଳୀୟ କର୍ମୀମାନେ ପୁଷ୍ପମାଲ୍ୟ ଦେଇ ସ୍ବାଗତ ଜଣାଇଥିବା ଦେଖିବାକୁ ମିଳିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ