ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ବୈଠକ

ନାଉଗାଁ,(ଯୁଗାଦ୍ଧ ନ୍ୟୁଜ୍) :ନାଉଗାଁ ବ୍ଲକ ଅନ୍ତର୍ଗତ ଗଂଗଦାହାଟସ୍ଥିତ କେୟାର କମ୍ପୁଟର ପରିସରରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଶୁକ୍ରବାର ଏକ ଆନୁସଂଗିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବ ଛାତ୍ର ସଂଗଠନର ଜିଲ୍ଲା ସଂଯୋଜିକା ଶୁଭାଂଗୀ ମଧୁସ୍ମିତା ବସ୍ତିଆ ଯୋଗଦାନ କରି ଛାତ୍ର ଓ ଯୁବକ ମାନଙ୍କୁ ପ୍ରଚଳିତ ଶିକ୍ଷା ଓ ନିଯୁକ୍ତି ବିଷୟରେ ଆଲୋକପାତ କରିଥିଲେ । ତାଙ୍କ ସହିତ ଅଜୟ କୁମାର,ସର୍ବେଶ୍ୱର ମହାରଣା,ସୁଦାମ ଚରଣ ସ୍ୱାଇଁ ପ୍ରଭୃତି ଯୋଗ ଦେଇ ଉପସ୍ଥିତ ପିଲାମାନଙ୍କୁ କିପରୀ ଆଗାମୀ ଦିନରେ ରାଜ୍ୟ ତଥା ରାଷ୍ଟ୍ର ମଙ୍ଗଳରେ ନିଜକୁ ସାମିଲ କରିବାକୁ କହିଥିଲେ । ଜିଲ୍ଲା ସଂଯୋଜିକା ଶୁଭାଂଗୀ ମଧୁସ୍ମିତା ବସ୍ତିଆ ଆସନ୍ତା ୧୪ରେ ଜିଲ୍ଲା ସ୍ତରୀୟ ବୈଠକ ପାଇଁ ଜଗତସିଂହପୁର ଯିବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ଛାତ୍ର ଶାହିଲ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ