ନବ ନିର୍ମିତ ବିଦ୍ୟାଳୟ ରୋଷେଇ ଘର ସିମେଣ୍ଟ ପ୍ଲାଷ୍ଟର ଖସିଲା ;ଦୁର୍ଘଟଣାରୁ ବର୍ତିଲେ ରୋଷେଇଆ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଦିଲ୍ଲୀର କେଜେରିଓ୍ବାଲ ସରକାରଙ୍କ ସ୍କୁଲ ମଡେଲ ଭଳି ଓଡିଶା ସରକାର ମଧ୍ୟ ବିଦ୍ଯାଳୟର ରୂପାନ୍ତରିତ କରଣ ୫ଟି ମଡେଲ ନେଇ କୋଟି କୋଟି ଟଙ୍କା ଅର୍ଥ ଖର୍ଚ କରୁଛନ୍ତି ।ହେଲେ ତଳ ସ୍ତରର ଅସାଧୁ ଯନ୍ତ୍ରୀ ଓ ଅନୁଗତ ଠିକାଦାରଙ୍କ ଅସାଧୁ ମଧୁଚନ୍ଦ୍ରିକା ଯୋଗୁଁ କାମ ହେଉଛି ନିମ୍ନମାନର । ଉତ୍ତରଦାୟୀ କେହି ନୁହନ୍ତି ।ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର,ଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀ ପ୍ରମୁଖ ବିପଦରେ ପଡୁଛନ୍ତି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ବଣକାଟୀ ପଞ୍ଚାୟତର ଛଣପାଳ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ।୨୦୨୧/୨୨ ର ନବ ନିର୍ମିତ ରୋଷେଇଘରର ଛାତର ସିମେଣ୍ଟ ପ୍ଲାଷ୍ଟର ଆଜି ଖସି ପଡ଼ିଛି । ସୌଭାଗ୍ୟ ବଶତଃ ରୋଷେଇ ଘରକୁ ସେହି ସମୟରେ ସ୍କୁଲ ଛୁଆ କି ରୋଷେଇଆ ନ ଥିଲେ ।ଯାହାଫଳରେ ଦୁର୍ଘଟଣାରୁ ବଂଚି ଯାଇଛନ୍ତି । ପ୍ରଧାନ ଶିକ୍ଷକ କହିଲେ ଅଳ୍ପମାସ ହେଲା ନିର୍ମାଣ କାମ ସରିଛି । ଇତିମଧ୍ୟରେ ତଦକାଳୀନ ଯନ୍ତ୍ରୀଙ୍କର ବଦଳି ହୋଇଯାଇଛି ।ସେହିଭଳି ବିଡ଼ିଓ ଯୋଗରଂଜନ ନାୟକଙ୍କୁ ଏ ବିଷୟରେ ଅବଗତ କଲାରୁ ସେ କହିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ନିକଟରେ ବିଜାତଳା ବ୍ଳକର ବାଘିଆଟାଙ୍ଗର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲ ଛାତରୁ ପ୍ଳାଷ୍ଟର ଖସି ଜଣେ ଶୀକ୍ଷୟତ୍ରୀଙ୍କ ମଥାଉପରେ ପଡିବାରୁ ସେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ।ଏହାକୁ ନେଇ ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଥିଲେ । ତେଣୁ ବିଡ଼ିଓ ଶିଘ୍ର ତଦନ୍ତ କରି ବିଦ୍ୟାଳୟର ରୋଷେଇ ଘର ମରାମତି କରାଇବା ସହ ଅସାଧୁ ଯନ୍ତ୍ରୀ ଓ ଠିକାଦାରଙ୍କ ଉପରେ କଡା ଲଗାମ ଲଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।


