ନବ ପଲ୍ଲବ ସାହିତ୍ୟ ଅନୁଷ୍ଠାନର ବନ୍ଧୁ ମିଳନ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ମାଆ ବୁଢାକେନ୍ଦୁ ପୀଠ ଠାରେ ନବ ପଲ୍ଲବ ସାହିତ୍ୟ ଅନୁଷ୍ଠାନର ଶୀତ ଆସର ଏବଂ ନୂତନ ବର୍ଷର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ସଭାପତି ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଡ.ରତ୍ନାକର ମଳିକ, ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା, ଉପସଭାପତି ଶରତ ଚନ୍ଦ୍ର ଦାସ ମଞ୍ଚାସୀନ ଥିଲା ବେଳେ ଅଧ୍ୟାପକ କୈଳାସ ଚନ୍ଦ୍ର ପାଢୀ, ବନମାଳୀ ଲେଙ୍କା ଏବଂ ଚନ୍ଦ୍ରମଣି ଲେଙ୍କାଙ୍କ ସଂଯୋଜନାରେ କବି ଦୈତାରୀ ମହାରଣା ,ଅଶୋକ ଗୌଡ, ଜଗତମୋହନ ରଥ ,ଚନ୍ଦ୍ରମଣି ଲେଙ୍କା, ଚନ୍ଦ୍ର ଶେଖର ପଣ୍ଡା, ମାଣିକ ବଳ, ସ୍ମୃତିସ୍ମିତା ବିଷୋୟୀ, ସୁକାନ୍ତ କୁମାର ନାୟକ, ଚିନ୍ମୟ ପୋଲାଇ, ଗଙ୍ଗାଧର ରଣା, ଶରତଚନ୍ଦ୍ର ରଥ,ଅନୁପମ ଅଭିନନ୍ଦନ ଦାସ, ଗୋପାଳ ଚନ୍ଦ୍ର ଲେଙ୍କା,ରାମେଶ୍ୱର ଗୌଡ଼,କବିରାଜ ପରିଡ଼ା, ଶିଶିର କୁମାର ସ୍ୱାଇଁ ପ୍ରମୁଖ ନିଜର ସ୍ଵରଚିତ କବିତା ପାଠ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ଚନ୍ଦ୍ର ଲେଙ୍କା ,ହୃଷିକେଶ ଲେଙ୍କା, ବିପିନ ବିହାରୀ ପଣ୍ଡା, ବିଜୟ ପରିଡ଼ା, ସମୀର୍ ରଞ୍ଜନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I ଏହି ଅବସରରେ ଅନୁଷ୍ଠାନ ସଭାପତି ଅଭିମନ୍ୟୁ ଦଳାଇଙ୍କ ସ୍ଵରଚିତ ପୁସ୍ତକ ‘ସନ୍ଥ ବିଚାର ‘ କୁ ଉନ୍ମୋଚିତ କରାଯାଇଥିଲା I ଶିକ୍ଷକ କବିରାଜ ପରିଡାଙ୍କୁ କାର୍ଯ୍ୟକ୍ରମର ଭାଗ୍ୟଶାଳୀ ବିଜେତା ଘୋଷଣା କରାଯାଇଥିବା ବେଳେ ସହ ସମ୍ପାଦକ ଶିଶିର କୁମାର ସ୍ଵାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ