ନବ ପଲ୍ଲବ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଫକୀର ମୋହନ ଜୟନ୍ତୀ ପାଳନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ନବ ପଲ୍ଲବ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଗୋବରା ପକ୍ଷରୁ ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟ ପରିସରରେ ମକର ମିଳନ ଓ ବ୍ୟାସ କବି ଫକୀର ମୋହନ ଜୟନ୍ତୀ ପାଳିତ ହୋଇଯାଇଛି I ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ଯୁମ୍ନ ପାତ୍ରଙ୍କ ତତ୍ତ୍ଵାବଧାନ ତଥା ଅନୁଷ୍ଠାନର ସଭାପତି ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବନମାଳୀ ଲେଙ୍କା, ରେସ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର୍ ସିୟ,ସମ୍ପାଦକ ଡ଼. ରତ୍ନ ସାଗର ମଲ୍ଲିକ,କୋଷାଧ୍ୟକ୍ଷ ବିଭୂପାଦ ଜେନା ପ୍ରମୁଖ ମଞ୍ଚାସୀନ ରହି ଫକୀର ମୋହନଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ I କବି ରାଜେନ୍ଦ୍ର କୁମାର ବିଷୋୟୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ I କାର୍ଯ୍ୟକ୍ରମ ଆରମ୍ଭରେ ପରଲୋକ ଗମନ କରିଥିବା ଅନୁଷ୍ଠାନର ସଦସ୍ୟ ସଦସ୍ୟାଙ୍କ ସ୍ମୃତିରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା I ଏହି ଅବସରରେ ଶିକ୍ଷାବିତ୍ ବନମାଳୀ ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବର୍ଷୀୟାନ୍ କବି ଜଗତ ମୋହନ ରଥଙ୍କ ସମେତ କବି ଶ୍ରୀମନ୍ତ ବିଷୋୟୀ,ପ୍ରମଦା ସାହୁ, ମାଣିକ ବଳ,ମୋନାଲିସା ପ୍ରଧାନ, ପିତାମ୍ବର ପରିଡ଼ା,ରାଜେନ୍ଦ୍ର କୁମାର ବିଷୋୟୀ,ଚନ୍ଦ୍ରମଣି ଲେଙ୍କା,ଶରତଚନ୍ଦ୍ର ଦାଶ, ଗୋପାଳ ଚନ୍ଦ୍ର ଲେଙ୍କା,ଶିଶିର କାନ୍ତ ନାୟକ,କବିରାଜ ପରିଡ଼ା, ଶିଶିର କୁମାର ସ୍ୱାଇଁ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ I ଅନୁଷ୍ଠାନ ସମ୍ପାଦକ ଡ.ରତ୍ନ ସାଗର ମଲ୍ଲିକ ଅନୁଷ୍ଠାନର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ସହ ସମ୍ପାଦକ ଶିଶିର କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦିବ୍ୟ ଲୋଚନ ବିଶ୍ୱାଳ,ସନ୍ତୋଷ କୁମାର ବିଶ୍ୱାଳ,ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ଲେଙ୍କା,ରାମକୃଷ୍ଣ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ରାଜେନ୍ଦ୍ର କୁମାର ବିଷୋୟୀଙ୍କୁ କାର୍ଯ୍ୟକ୍ରମରେ ଭଗ୍ୟଶାଳୀ ବିଜେତା ଘୋଷଣା କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ