ନଭେମ୍ବରରୁ ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର: ଆସନ୍ତା ୨୦୨୦-୨୧ ଖରିଫ ଧାନ ସଂଗ୍ରହ ନଭେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ରାଜ୍ୟର ଚାଷୀମାନେ ପ୍ୟାକ୍ସ, ଲ୍ୟାମ୍ପସ, ପାଣି ପଞ୍ଚାୟତ ଅବା ସ୍ୱୀକୃତିପ୍ରାପ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିକଟରେ ପଞ୍ଜୀକରଣ କରିପାରିବେ । ଅଗଷ୍ଟ ପହିଲାରୁ ପଞ୍ଜୀକରଣ ଆରମ୍ଭ ହେବ । ଚାଷୀଙ୍କ ଚୂଡାନ୍ତ ପଞ୍ଜୀକରଣ ତାଲିକା ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୦ ସୁଦ୍ଧା ପ୍ରସ୍ତୁତ କରାଯିବ । ଏଥିପାଇଁ ଜିଲ୍ଲାପାଳମାନେ ପ୍ରସ୍ତୁତି ଆରମ୍ଭ କରିବାକୁ ଯୋଗାଣ ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଯୋଗାଣ ବିଭାଗ ସ୍ପଷ୍ଟ କରିଛି ଯେ ଧାନ ସଂଗ୍ରହରେ ଭାଗ ଚାଷୀମାନେ ଅଂଶଗ୍ରହଣ କରିପାରିବେ । ଯେଉଁ ଚାଷୀମାନେ ଗତ ଖରିଫରେ ପଞ୍ଜୀକରଣ କରିଛନ୍ତି ସେମାନେ ନିଜର ନାମକୁ ନବୀକରଣ କରିବେ । ଚାଷୀଙ୍କ ସମ୍ପର୍କରେ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ସହ ଆପତ୍ତି ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ । ଚାଷୀଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ପରେ ସମ୍ପୂର୍ଣ୍ଣ ସ୍ୱଚ୍ଛ ପ୍ରକ୍ରିୟାରେ ଧାନ ସଂଗ୍ରହ କରାଯିବବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ