ନଭେମ୍ବର ୧୬କୁ ଦାବି ଦିବସ ଭାବେ ପାଳନ କଲେ ଇପିଏଫ ପେନସନଭୋଗି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ନଭେମ୍ବର ୧୬ତାରିଖକୁ ଦାବି ଦିବସ ଭାବେ ପାଳନ କରିଛନ୍ତି ଇପିଏଫ ପେନସନ ଭୋଗି । କେନ୍ଦ୍ରାପଡା ଜିଲ୍ଲା ଇପିଏଫ ପେନସନ ଭୋଗି ସଂଗଠନର ଏକ କାର୍ଯ୍ୟକାରୀ ବୈଠକ ସୋମବାର ଜିଲ୍ଲା ସଦର ମହକୁମାସ୍ଥିତ ତିନିମୁହାଣି ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଙ୍ଘର ସଭାପତି ବସନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲାର ସମସ୍ତ ନେତୃମଣ୍ଡଳୀ ଯୋଗଦେଇ ପେନସନ ଭୋଗିମାନଙ୍କର ୩ଦଫା ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଦାବି ଗୁଡିକ ମଧ୍ୟରେ ସର୍ବନିମ୍ନ ପେନସନ ୯ହଜାର ଟଙ୍କା ସହ ମହଙ୍ଗାଭତ୍ତା ପ୍ରଦାନ,ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ପ୍ରଦାନ,ସମସ୍ତ ଇପିଏଫ ପେନସନ ଭୋଗିମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବା ପ୍ରଭୃତି ଦାବି ଗୁଡିକ କେନ୍ଦ୍ର ସରକାର ସହୃଦୟତାର ସହ ଅବିଳମ୍ବେ ପୁରଣ କରି ଦେଶର ୬୫ଲକ୍ଷ ପେନସନ ଭୋଗି ପରିବାରକୁ ଦୁଃଖ ଦୁର୍ଦ୍ଦଶାରୁ ରକ୍ଷା କରିବାକୁ ନିବେଦନ କରାଯାଇଛି । ଏହି ବୈଠକରେ ସଙ୍ଘର ଉପସଭାପତି କାହ୍ନୁ ଚରଣ ଦାଶ, ସାଧାରଣ ସମ୍ପାଦକ ଲୋକନାଥ ରାଉତ, ଯୁଗ୍ମ ସମ୍ପାଦକ ପିତାମ୍ବର ମହାନ୍ତି, କୋଷାଧ୍ୟକ୍ଷ ଗୋପବନ୍ଧୁ ପତିଙ୍କ ସମେତ ଉଠାଜଳସେଚନ ନିଗମ, ବଳଦେବ ପାୱାରଲୁମ, ରାଜ୍ୟ ଖପି ସଂସ୍ଥା, ଆର.ସି.ଏମ.ଏସ., ସି.ସି.ବି.ବ୍ୟାଙ୍କ, ବନ ନିଗମ, କୋଣାର୍କ ଜୁଟମିଲସ, ପାରାଦୀପ ବିୟରରିଜ, ବାରିପଦା ସ୍ପିନିଙ୍ଗ ମିଲ, କୋଣାର୍କ ଟିଭି, ଅଗ୍ରୋ ଇଣ୍ଡଷ୍ଟ୍ରୀଜ, ମାର୍କଫେଡ ଓ ବିଭିନ୍ନ କଳକାରାଖାନାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପ୍ରତିନିଧି ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ