ନଭେମ୍ବର ୧୭ ରେ ଟାଟା ଷ୍ଟିଲର ନୂଆମୁଣ୍ଡି ରନ-ଏ-ଥନ

ଯୋଡା, (ସମୀର କୁମାର ଦାସ):ଟାଟା ଷ୍ଟିଲ ନୂଆମୁଣ୍ଡି ରନ୍‌-ଏ-ଥନ ର ପଞ୍ଚମ ସଂସ୍କରଣ ଆସନ୍ତା ନଭେମ୍ବର ୧୭ ରେ ଅନୁଷ୍ଠିତ ହେବ। ଏଥିପାଇଁ ଅକ୍ଟୋବର ୧୮ ତାରିଖ ରୁ ବିଭିନ୍ନ ବର୍ଗ ପାଇଁ ପଞ୍ଜିକରଣ ଆରମ୍ଭ ହେବ। ଟାଟା ଷ୍ଟିଲର ମହାପ୍ରବନ୍ଧକ (ଓଏମକ୍ୟୁ) ଅତୁଲ କୁମାର ଭଟ୍ଟନାଗର ଆଜି ଭ୍ୟାଲି କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗତବର୍ଷ ଯୋଡ଼ାକୁ ସମ୍ପ୍ରସାରିତ ହୋଇଥିବା ଏହି ଦୌଡ଼ ପ୍ରତିବର୍ଷ ଯୋଡ଼ା ଓ ନୂଆମୁଣ୍ଡି ମଧ୍ୟରେ ଅନୁଷ୍ଠିତ ହେବ। ଦେଶବ୍ୟାପୀ ଉଭୟ ସ୍ଥାନୀୟ ବାସିନ୍ଦା ଏବଂ ଦୌଡ଼କୁଦ ପ୍ରେମୀଙ୍କୁ ନଜରରେ ରଖି ଏହି କାର‌୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇଛି ଯାହା ଏକ ସୁସ୍ଥ ଓ ସବୁଜ ଭବିଷ୍ୟତକୁ ପ୍ରୋତ୍ସାହିତ କରୁଛି। ଏହି ଅବସରରେ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାର, ଟାଟା ଷ୍ଟିଲର ଖଣ୍ଡବନ୍ଧ ଲୌହ ଖଣିର ମୁଖ୍ୟ ଜିଭି ସତ୍ୟନାରାୟଣ, କଳମଙ୍ଗ ଏବଂ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା, ନୀଳାଚଳ ଖଣି ମୁଖ୍ୟ ରାହୁଲ କିଶୋର, ଆର ଏମ୍ ପି ମୁଖ୍ୟ ସୁଜିତ୍ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କାର‌୍ୟ୍ୟକ୍ରମରେ ପ୍ରତିଯୋଗୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଟି ସାର୍ଟ ଉନ୍ମୋଚନ କରାଯାଇଥିଲା ଓ ନୂଆମୁଣ୍ଡି ସ୍ପୋର୍ଟସ କମ୍ପେ୍ଲକ୍ସରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଦୌଡ଼ରେ, ପୁରୁଷ ଓ ମହିଳା (୧୫ ବର୍ଷ କିମ୍ବା ତା\’ଠାରୁ ଅଧିକ) ମାନଙ୍କ ପାଇଁ ୧୦ କିମି ଏବଂ ୭ କିମି ଦୌଡ; ୧୬ ବର୍ଷରୁ କମ ବୟସର ବାଳକ ଓ ବାଳିକାମାନଙ୍କ ପାଇଁ ୫ କିମି ଦୌଡ଼ ଏବଂ ବିଶେଷ ଦକ୍ଷତା ଥିବା ଲୋକଙ୍କ ପାଇଁ ଏକ ୨ କିମି ଦୌଡ଼ ସାମିଲ ରହିଛି। ଏହି ଦୌଡ଼ରେ ମୋଟ ପୁରସ୍କାର ରାଶି ୫,୬୭, ୦୦୦ ଟଙ୍କା (୫ ଲକ୍ଷ ୬୭ ହଜାର ଟଙ୍କା) ରହିଛି। ପରିବେଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦର୍ଶାଇ ଟାଟା ଷ୍ଟିଲ୍ ପ୍ରତି ଅଂଶଗ୍ରହଣକାରୀଙ୍କ ପାଇଁ ଗୋଟିଏ ଲେଖାଏଁ ଚାରା ରୋପଣ କରିବ। ଏହି ଦୌଡ଼ରେ ସାଧାରଣ ବର୍ଗରେ ୧୦ କିମି ଦୌଡ ପାଇଁ ପୁରୁଷ, ମହିଳା ବର୍ଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୫୧ ହଜାର ଟଙ୍କା, ୪୧ ହଜାର ଟଙ୍କା ଓ ୩୧ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ୭ କିମି ବର୍ଗରେ ୨୫ ହଜାର ଟଙ୍କା, ୨୦ ହଜାର ଟଙ୍କା ଓ ୧୫ ହଜାର ଟଙ୍କା ଏବଂ ୫ କିମି ବର୍ଗରେ ୧୦ ହଜାର ଟଙ୍କା, ୮ ହଜାର ଟଙ୍କା ଓ ୭ ହଜାର ଟଙ୍କା ପୁରସ୍କାର ରାଶି ହିସାବରେ ପ୍ରଦାନ କରାଯିବ।ସେହିପରି, ସ୍ଥାନୀୟ ବର୍ଗରେ ୧୦ କିମି ଦୌଡ ପାଇଁ ପୁରୁଷ, ମହିଳା ବର୍ଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୨୧ ହଜାର ଟଙ୍କା, ୧୧ ହଜାର ଟଙ୍କା ଓ ୭୫୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ୭ କିମି ବର୍ଗରେ ୧୦ ହଜାର ଟଙ୍କା, ୭୫୦୦ ଟଙ୍କା ଓ ୫ ହଜାର ଟଙ୍କା ଏବଂ ୫ କିମି ବର୍ଗରେ ୬ ହଜାର ଟଙ୍କା, ୫ ହଜାର ଟଙ୍କା ଓ ୨୫୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯିବ।ନୂଆମୁଣ୍ଡି ରନ-ଏ-ଥନ ପାଇଁ ଅନଲାଇନ ପଂଜୀକରଣ ଅକ୍ଟୋବର ୧୮ ତାରିଖରୁ ଆରମ୍ଭ ହେବ ଏବଂ ନଭେମ୍ବର ୭ ରେ ବନ୍ଦ ହେବ। ଅନଲାଇନ୍ ପଞ୍ଜୀକରଣ ପାଇଁ ପ୍ରତିଯୋଗୀମାନେ ଙ୍ଗଙ୍ଗଙ୍ଗ.ଗ୍ଧବଗ୍ଧବଗ୍ଦଗ୍ଧରରକ୍ଷକ୍ସଙ୍କଦ୍ଭଗ୍ଦ.ମକ୍ଟଜ୍ଞ ରେ ଲଗ ଇନ କରିପାରିବେ। ଅକ୍ଟୋବର ୨୧ ରୁ ନଭେମ୍ବର ୫ ତାରିଖ ପର‌୍ୟ୍ୟନ୍ତ ଯୋଡ଼ାସ୍ଥିତ କେନ୍ଦ୍ରୀୟ ଖେଳ ପଡ଼ିଆରେ ଶନିବାର ଓ ରବିବାର ବ୍ୟତୀତ ସକାଳ ୧୦ ଟାରୁ ଅପରାହ୍ନ ୫ ଟା ମଧ୍ୟରେ ଅଫଲାଇନ୍ ପଞ୍ଜିକରଣ କରାଯାଇପାରିବ।ଟାଟା ଷ୍ଟିଲରେ କ୍ରୀଡ଼ା ଏକ ଜୀବନଶୈଳୀ ହୋଇଥିବା ବେଳେ ଏହାର କାର‌୍ୟ୍ୟକଳାପ ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସମସ୍ତଙ୍କ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ଏହା କାର‌୍ୟ୍ୟ କରୁଛି। ଟାଟା ଷ୍ଟିଲ ଭାରତୀୟ କ୍ରୀଡ଼ାର ଅନ୍ୟତମ ଅଗ୍ରଣୀ କର୍ପୋରେଟ୍ ପ୍ରଯୋଜକ ଯାହା ଫୁଟବଲ୍‌, ତୀରନ୍ଦାଜି, ଦୌଡକୁଦ, ହକି ଏବଂ ସ୍ପୋର୍ଟସ କ୍ଲାଇମ୍ବିଂ ପାଇଁ ଏକାଡେମୀ ପ୍ରତିଷ୍ଠା କରିଛି। ଜାମସେଦପୁର ରନ-ଏ-ଥନ, ଟାଟା ଷ୍ଟିଲ୍ କୋଲକାତା ୨୫କ ରନ, ଭୁବନେଶ୍ୱର ହାଫ ମାରାଥନ ଭଳି ଅନେକ ଦୌଡ ଜରିଆରେ ଟାଟା ଷ୍ଟିଲ୍ ଫିଟନେସ୍ ପାଇଁ ବର୍ଷ ବର୍ଷ ଧରି ପ୍ରୟାସ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ