ନଭେମ୍ବର ୨୧ରେ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ ପ୍ରସ୍ତୁତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟସ୍ତରୀୟ ୧୨୩ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ ରାଜଧାନୀରେ ଧୁମ୍ଧାମ୍ରେ ପାଳିତ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ପୁରୁଣା ଭୁବନେଶ୍ୱର ଗୁଆଝର ଠାରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଜୟନ୍ତି କମିଟିର ସାଧାରଣ ସମ୍ପାଦକ ତଥା ବିଧାୟକ ସୁରେଶ କୁମାର ରାଉତରାୟ ସୂଚନା ଦେଇ କହିଛନ୍ତି ଯେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଭାରତର ସ୍ୱାଧୀନତା ଓ ବିଶେଷ କରି ଓଡ଼ିଶାର ସାମଗ୍ରୀକ ବିକାଶ ଦିଗରେ ଡ଼ ମହତାବଙ୍କ ଭୁମିକା ଅତୁଳନୀୟ । ରାଜଧାନୀ ପ୍ରତିଷ୍ଠା ଦିଗରେ ଓ ଏବଂ ଓଡ଼ିଶାର ପ୍ରଗତି ଦିଗରେ କୃତି ଓ କିର୍ତୀ ଅବସ୍ମରଣୀୟ । ତାଙ୍କର ଜନ୍ମ ଦିବସ ନଭେମ୍ବର ୨୧ତାରିଖରେ ପୂର୍ବାହ୍ନରେ ପିଏ୍ଜି ଛକଠାରେ ରାଜ୍ୟସ୍ତରୀୟ ସାଧାରଣ ସଭା କରାଯିବ । ଏଥିରେ ମହାମହିମ ରାଜ୍ୟପାଳ ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚଷ୍ପତି ବିକ୍ରମ ଆରୁଖ, ଭୁବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ, ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟର ବହୁ ମନ୍ତ୍ରୀ ଯୋଗଦେବେ । ସେଠାରୁ ଏକ ପାଇକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ରାମେଶ୍ୱର ମନ୍ଦିରକୁ ଯିବ । ପୂର୍ବ ଦିନ ଗୁଆଝରରେ ପ୍ରତିଯୋଗୀତା ଭାଗ ନେଇଥିବା ପାଇକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ସନ୍ଧ୍ୟାରେ ବଢ଼େଇବାଙ୍କ ଛକଠାରେ ମେଲୋଡ଼ି ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ବହୁ ବିଶିଷ୍ଠ ବ୍ୟକ୍ତିଙ୍କୁ ମହତାବ ସମ୍ମାନ ପ୍ରଦାନ କରାଯିବା ସହ ବିଭିନ୍ନ ମନ୍ଦିରରେ ପୂଜାର୍ଚନା ଓ ହସ୍ପିଟାଲରେ ଫଳ ବଂଟନ କରାଯିବ ବୋଲି ନିଷ୍ପତି ହୋଇଛି । ଏଥିରେ ଦୁଃଶାସନ ସ୍ୱାଇ, ଗୁଆଝର କମିଟି ସମ୍ପାଦକ କପିଳ ପଣ୍ଡା, ବାବନ ଚନ୍ଦ୍ର ପଢ଼ିହାରୀ, ସନତ ମିଶ୍ର, ପ୍ରଦ୍ୟୁମ୍ନ ମହାନ୍ତି, ଶ୍ରୀପତି ପତି, ବାଙ୍ଗେଲା ମଲିଆ, ବିଷ୍ଣୁ ପ୍ରସାଦ ମୁଦୁଲି, ଦିଲ୍ଲିପ ମିଶ୍ର, ପ୍ରକାଶ ଜେନା, ଡ଼ ଲିଙ୍ଗରାଜ ସାହୁ, ଗୋପବନ୍ଧୁ ଦାଶ, ହରିହର ମଲିଆ, ନରେନ୍ଦ୍ର ସେଠୀ, ପ୍ରକାଶ ଚନ୍ଦ୍ର ମହାନ୍ତ. ନିଳମଣି ମିଶ୍ର, ମନୋରଞ୍ଜନ ବଟୁ ଓ ସଭ୍ୟମାନେ ସାମିଲ ହୋଇଥିଲେ ।