ନଭେମ୍ବର ୨୬ ରେ ଦେଶବ୍ୟାପୀ ହରତାଳକୁ ସଫଳ ପାଇଁ ଡି.ୱାଇ.ଏଫ.ଆଇ ଆଦିବାସୀ ଅଧିକାର ମଞ୍ଚ ତରଫରୁ ପ୍ରଚାର

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କେନ୍ଦ୍ର ସରକାର ନେଇଥିବା ଜନ ବିରୋଧୀ ନୀତି ବିରୁଦ୍ଧରେ ଆସନ୍ତା ନଭେମ୍ବର ୨୬ ତାରିଖ ଦିନ ଦେଶର ୧୦ ଟି ଶ୍ରମିକ ସଂଗଠନ କୃଷକ ସଭା ସି.ଆଇ.ଟି.ୟୁ ର ଡାକରା ଦେଶବ୍ୟାପୀ ୨୬,୨୭ ହରତାଳ ଓ ପ୍ରତିବାଦର ଆନ୍ଦୋଳନର ଡାକରା ଶ୍ରମିକ ବିରୋଧୀ,ଶ୍ରମ କୋଡ଼ ବାତିଲ ତିନୋଟି କୃଷି ବିଲ ପ୍ରତ୍ୟାହାର, କର୍ପୋରେଟ ଫାଂର୍ମୀ ବନ୍ଦ କରିବା, ପ୍ରାଇଭେଟ ମଣ୍ଡି ବାତିଲ କରିବା, ଦୈନିକ ୭୦୦ ଟଙ୍କା ମଜୁରୀ, ବେକାରୀଙ୍କୁ କାମ, ଧାନ କୁଇଂଟାଲ କୁ ୩୦୦ ଟଙ୍କା,ଫସଲର ସହାୟକ ମୂଲ୍ୟ ଇତ୍ୟାଦି ଦାବି କରି ଡି.ୱାଇ.ଏଫ.ଆଇ ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି ଓ ଆଦିବାସୀ ନେତା କାର୍ତିକ ଶବରଙ୍କ ନେତୃତ୍ୱରେ ଏକ ପ୍ରଚାରକ ଦଳ କାଶୀନଗର ସହରରେ ପ୍ରଚାର ଅଭିଯାନ ସଂଗଠନ କରି ପ୍ରତିବାଦ ସଭାମାନ ଗଠନ କରିଥିଲେ | ଏବଂ ଏହି ଦେଶବ୍ୟାପୀ ହରତାଳକୁ ସମର୍ଥନ କରିବା ପାଇଁ କାଶୀନଗର ଅଞ୍ଚଳର ବୁଦ୍ଧିଜୀବୀ,ବ୍ୟବସାୟୀ,ଛାତ୍ର, ଯୁବକ ସହ କୃଷି ଭାଇ ମାନେ ସମର୍ଥନ କରିବାକୁ ନିବେଦନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଆଦିବାସୀ ନେତା ସନିଆ ଶବର, ପଞ୍ଚୁ ଶବର, ଯୁବ ନେତା ନାଗାର୍ଜୁନ ଶବର, ନାଗୀନ ଶବର, ଅଜେସ ଶବର, ପ୍ରମୁଖ ଯୋଗ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ