ନଭେମ୍ବର ୪ରେ ବିରୋଧୀ ଦଳ ବୈଠକ ଡାକିଲା କଂଗ୍ରେସ ଦେଶବ୍ୟାପୀ ୧୦ ଦିନିଆ ଆନ୍ଦୋଳନ ଯୋଜନା
ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୪ ତାରିଖରେ କଂଗ୍ରେସ ସମସ୍ତ ବିରୋଧୀ ଦଳମାନଙ୍କର ଏକ ବୈଠକ ଡାକିଛି । ଆର୍ଥିକ ମାନ୍ଦାବସ୍ଥା , କୃଷି ସଙ୍କଟ , ବେରୋଜଗାର ଏବଂ ପ୍ରସ୍ତାବିତ ଆରସିଇପି (ଆଞ୍ଚଳିକ ବ୍ୟାପକ ଆର୍ଥିକ ଭାଗିଦାରିତା) ଚୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିବାପାଇଁ କଂଗ୍ରେସ ୧୦ ଦିନିଆ ଦେଶବ୍ୟାପୀ ଆନ୍ଦୋଳନ ଯୋଜନା କରୁଛି । ଏହି ଆନ୍ଦୋଳନକୁ ସମସ୍ତ ବିରୋଧୀଦଳ ସମର୍ଥନ କରିବାପାଇଁ କଂଗ୍ରେସ ଆହ୍ୱାନ ଦେଇଛି । ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗରେ ଦଳ ସରକାରକୁ ଘେରିବ । ବିଶେଷ କରି ଗ୍ରାମୀଣ ଅଞ୍ଚଳରେ ଦଳ ଆନ୍ଦୋଳନକୁ ବ୍ୟାପକ କରିବ । ମୋଦୀ ଆରସିଇପି ସମ୍ମିଳନୀରେ ଯୋଗ ଦେବାକୁ ଥାଇଲାଣ୍ଡ୍ ଯାଇଥିବା ବେଳେ କଂଗ୍ରେସ ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗରେ ବିରୋଧୀ ଦଳମାନଙ୍କୁ ଏକଜୁଟ୍ କରୁଛି ।