ନମକଣା ହତ୍ୟାକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ପୁଲିସ ପ୍ରାୟ ୧ମାସ ପରେ ନମକଣା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ସୂଚନା ଅନୁସାରେ ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତ ନମକଣା ଗ୍ରାମର ପିତାମ୍ବର ଜେନାକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଏଥିରେ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣ କରିଥିବା ଶ୍ରୀଧର ଜେନା ଓ ତାଙ୍କ ପୁଅ ଭରତ, ଶତ୍ରୁଘନ, ସଦାଶିବ ସେବେଠାରୁ ଫେରାର ଥିଲେ। ଏନେଇ ପୁଲିସ ୧୪୬/୨୨ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଥାନା ଅଧିକାରୀ ଅମିତାଭ ଦାସଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା । କୌଣସି ସୂତ୍ରରୁ ଖବର ପାଇ ସହକାରୀ ଅଧିକାରୀ ଶୁଭେନ୍ଦୁ ଭୂଷଣ ମହାନ୍ତି ଢେଙ୍କାନାଳ କାମାକ୍ଷାନଗରରେ ପହଞ୍ଚି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଦାଶିବ ଜେନାକୁ ଗିରଫ କରିଛନ୍ତି । ଗତ ଗୁରୁବାର ସନ୍ଧ୍ୟାରେ ପୁଲିସ ଟିମ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଜି ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଛି । ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଗୋଟିଏ କଟୁରି ଓ ଭୁଜାଲିକୁ ପୁଲିସ ଜବତ କରିଛି । ଅନ୍ୟ ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ