ନମାମି ଗଙ୍ଗେ ପକ୍ଷରୁ ସଭା ଓ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଜେପି ନମାମି ଗଙ୍ଗେ ଭୁବନେଶ୍ୱର ଜିଲ୍ଲା ପକ୍ଷରୁ ପଲାସପଲ୍ଲୀଠାରେ ଏକ ସଭା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ବିଜେପି କିଷାନ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ନମାମି ଗଙ୍ଗେର ଜିଲ୍ଲା ସଂଯୋଜକ ଅଜୟ କୁମାର ସାମନ୍ତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ଯୁବ ନେତା ମଦନ ମୋହନ ପ୍ରଧାନ, ବିଜେପି କିଷାନ ମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ, ରାଜ୍ୟ ସଂଯୋଜକ ବିକ୍ରମ କେଶରୀ ରାଉତରାୟ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।


