ନମାମି ପ୍ରାଚୀ ଯୋଜନା ପ୍ରଣୟନ ଦାବି

ନିମାପଡ଼ା, (ସନ୍ତୋଷ ଦାଶ):ବିଶ୍ଵ ଐତିହ୍ୟ ସପ୍ତାହ ପାଳନ ଅବସର ରେ ପ୍ରାଚୀ ତଟ ବଟ ମହାବୀର ପୀଠରେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପ୍ରାଚୀ ତଟ ରେ ଅବହେଳିତ ହଜାର ହଜାର ବର୍ଷର ପୁରାତନ ଐତିହ୍ୟ ସ୍ଥଳୀ ,ମଠ ,ମନ୍ଦିର ,ଘାଟ,ପୀଠ , ଯଜ୍ଞବେଦି ଗୁଡ଼ିକର ସ୍ଥିତି ବଞ୍ଚାଇ ରଖିବାକୁ ପରିଷଦର ସଦସ୍ୟ ମାନେ ଗ୍ରାମେ ଗ୍ରାମେ ଜନ ସଚେତନତା କାର୍ଯ୍ୟକ୍ରମ ଚଳାଇ ରଖିଛନ୍ତି ।ପରିଷଦର ମାର୍ଗ ଦର୍ଶକ ପଣ୍ଡିତ ତ୍ରିଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବରିଷ୍ଠ ଐତିହାସିକ ଡ.ସନ୍ତୋଷ କୁମାର ମିତ୍ର , ଡ଼ା. ଜନାର୍ଦ୍ଦନ ସାହୁ ,ପ୍ରାଚୀ କୃଷକ ମଣ୍ଡଳ ସଭାପତି ରାଧେଶ୍ୟାମ ପ୍ରଧାନ ,ସମାଜସେବୀ ଶିଲ୍ଲୁ ରାଉତ ପ୍ରମୁଖ ଉପସ୍ଥିତ ରହି ଭଗବାନ ଶ୍ରୀରାମ ,ଶ୍ରୀକୃଷ୍ଣ ,ପଞ୍ଚୁପାଣ୍ଡବ, ପୁରାଣ ବର୍ଣ୍ଣିତ ଋଷି ସମୂହ, ସମ୍ରାଟ ଅଶୋକ, ଐର୍ ଖାରବେଳ ଙ୍କ ସ୍ମୃତି ସାଇତି ରଖିଥିବା ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଦ୍ୟ ଲୀଳା ସ୍ଥଳୀ ପ୍ରାଚୀ ନଦୀ ଓ ପ୍ରାଚୀ ତଟ ଐତିହ୍ୟ ସୁରକ୍ଷା ପ୍ରତି ଚିନ୍ତାପ୍ରକଟ କରିଥିଲେ ।ପରିସ୍ଥିତିକୁ ଗୁରୁତ୍ବ ଦେଇ ସରକାର ତୁରନ୍ତ ପୂରଣ ବର୍ଣ୍ଣିତ ପବିତ୍ର ପ୍ରାଚୀ ନଦୀ କୁ ସୁରକ୍ଷା ଦେବା ସହିତ ନଦୀ ତଟ ର ଐତିହ୍ୟ ଭରା ପୀଠକୁ ବିକଶିତ କରନ୍ତୁ ।ଏଥିପାଇଁ ନମାମି ଗଙ୍ଗା ଯୋଜନା ପରି ସରକାର ନମାମି ପ୍ରାଚୀ ଯୋଜନା ପ୍ରସ୍ତୁତ କରିବାକୁ ଦାବି କରିଥିଲେ । ଉକ୍ତ ବୈଠକ ରେ ଶତାଧିକ ପ୍ରାଚୀ ପ୍ରେମୀ, ବୁଦ୍ଧିଜୀବି ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ