ନମାମି ମନ୍ଦାକିନୀ ମହୋତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଆ ନବବର୍ଷ, ହନୁମାନ ଜୟନ୍ତୀ ଉପଲକ୍ଷେ ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନମାମି ମନ୍ଦାକିନୀ’ ମହୋତ୍ସବ ପରିଷଦ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆସନ୍ତା ୧୪ ତାରିଖରୁ ତା ୧୬.୦୪.୨୦୨୨ ପର୍ଯ୍ୟନ୍ତ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସହ ବୀରତ୍ୱ ପ୍ରଦର୍ଶନ ପୂର୍ବକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମନ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ରାଜେନ୍ଦ୍ର ସାମନ୍ତରାୟ ଓ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ଓଡ଼ିଶା ନାଗରିକ ମହାମଞ୍ଚର ପ୍ରଦ୍ୟୁମ୍ନ ଶତପଥୀ ସୂଚନା ପ୍ରଦାନ କରିଛନ୍ତି । ଉତ୍କଳର ଗୌରବମୟ ଗାଥାକୁ ଯୁବପିଢ଼ି ଓ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ବ୍ୟକ୍ତ କରିଥିଲେ । ଏହା ସହିତ ସାରସ୍ୱତ ସମ୍ମାନ, ଉତ୍କଳର ନୃତ୍ୟ, ସଂଗୀତ, ପାଇକ ବିରତ୍ୱ, ପରି ବହୁ ଐତିହାସିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ