ନମାମୀ ମନ୍ଦାକିନୀ’ ପକ୍ଷରୁ ଓଡିଆ ନବବର୍ଷ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ଓଡ଼ିଆ ନବବର୍ଷ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ସଭାଗୃହରେ ‘ନମାମୀ ମନ୍ଦାକିନୀ’ ଆନୁକୁଲ୍ୟରେ ଆସନ୍ତା ୧୪ ତାରିଖ ସଂନ୍ଧ୍ୟା ୫ ଘଟିକାଠାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଆୟୋଜିତ ହେବ । ବରିଷ୍ଠ ସାମ୍ବାଦିକ ତଥା ‘ନମାମୀ ମନ୍ଦାକିନୀ’ ଉତ୍ସବର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଛନ୍ତି ଯେ ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରାକୁ ଲୋକଲୋଚନକୁ ଆଣିବା ସହିତ ଯେଉଁ ସାରସ୍ୱତ ପ୍ରତିଭାମାନେ ସ୍ୱକୀୟ କୀର୍ତ୍ତୀ ଓ କୃତି ଦ୍ୱାରା ଓଡ଼ିଶାର କଳା ସଂସ୍କୃତିକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଦେଇଛନ୍ତି ସେହି ପ୍ରତିଭାମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ । ଏହି ଅବସରରେ ଉତ୍କଳର ସଂଗୀତ, ନୃତ୍ୟ, ସାମରିକ ପରମ୍ପରା, ସାହିତ୍ୟ, ସମାଜସେବା, ପୂଜ୍ୟପୂଜା ପ୍ରମୁଖ ଆଧାରିତ କାର୍ଯ୍ୟକ୍ରମମାନ କରାଯିବ । ଓଡ଼ିଶା ନାଗରିକ ମହାମଞ୍ଚ, ପୂଜ୍ୟପୂଜା ସଂସ୍କୃତି ଅଭିଯାନ, ପାଇକ ସଂଗଠନ ପ୍ରମୁଖ ବିଭିନ୍ନ ସଙ୍ଗଠନମାନେ ଯୋଗଦେବେ । ସଂଯୋଜକ ନାରାୟଣ ଓଝା, ଓଡ଼ିଶା ନାଗରିକ ମହାମଞ୍ଚର ସାଧାରଣ ସମ୍ପାଦକ ପ୍ରଦୀପ ବିଶ୍ୱାଳ ମା, ମାଟି, ମାତୃଭାଷା ସହିତ ଜଡ଼ିତ ସମସ୍ତ ଓଡ଼ିଆ ସ୍ୱାଭିମାନୀ ସଂସ୍କୃତି ଓ ପରମ୍ପରା ପ୍ରାଣମାନେ ଯୋଗ ଦେବାକୁ ଏକ ପ୍ରେସ ବିଜ୍ଞପ୍ତିରେ ମତବ୍ୟକ୍ତ କରାଯାଇଛି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ