ନରଣପୁରରେ ଟି-୨୦ ମ୍ୟାଚ ଉଦଘାଟିତ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତ ନରଣପୁର କ୍ରିକେଟ ଗ୍ରାଉଣ୍ଡରେ ଇଲେଭେନ୍ ଷ୍ଟାର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଟି-୨୦ କ୍ରିକେଟ ମ୍ୟାଚ ଶନିବାର ଉଦଘାଟିତ ହୋଇଯାଇଛି । କ୍ଲବର ସଭାପତି ଆର୍ଦଶ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସଂପାଦକ ରଶ୍ମୀରଂଜନ ତ୍ରିପାଠୀ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚରେ ସଂଗ୍ରାମପୁର ପଂଚାୟତର ଗୋଗଳ କ୍ରିକେଟ କ୍ଲବ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ଓଭରରେ ୧୫୨ ରନ ସଂଗ୍ରହ କରିଥିଲା । ଏହା ଜବାବରେ ତିରୁଣା ପଂଚାୟତର ଇଶାନେଶ୍ୱର କ୍ରିକେଟ କ୍ଲବ ସମସ୍ତ ଉଇକେଟ ହରାଇ ୧୦୧ରନ କରିବାକୁ ସକ୍ଷମ ହୋଇଥିଲା । ଉକ୍ତ ମ୍ୟାଚକୁ କ୍ଲବର ସଦସ୍ୟ ଦିପ୍ତିରଂଜନ ତ୍ରିପାଠୀ, ଭବାନୀ ଶଙ୍କର ଦାସ, ଆର୍ଦଶ ରାୟ, ଦେବାଶିଷ ରାୟ, ସଂଗ୍ରାମ ଦାସ, ରାକେଶ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ