ନରପିଶାଚଙ୍କୁ ତ୍ରାହି ନାହିଁ
ଦେଶରେ ଦ୍ରୁତ ଗତିରେ ଦୁଷ୍କର୍ମକାରୀଙ୍କ ସଂଖ୍ୟା ଗତକିଛି ଦିନ ଧରି ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ବିଧାନ ନିମନ୍ତେ ଭାରତୀୟ ଦଣ୍ଡ ନିୟମରେ କଡା କଡି କରାଗଲେ ମଧ୍ୟ କାମରୁପି ନରପିଶାଚଙ୍କ ଟିକିଏ ବି ଖାତିର ନାହିଁ । ଅନ୍ୟ ପଟେ ହାଇଦ୍ରାବାଦ ପଶୁ ଡାକ୍ତର ପ୍ରିୟଙ୍କା ରେଡ୍ଡି ମାମଲାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ପୋଲିସ ଆଖିରେ ଧୁଳିଦେଇ ଖସିବାକୁ ପ୍ରୟାସ କରୁ୍ଥିବା ବେଳେ ଅପରାଧି ମାନଙ୍କୁ ପୋଲିସ ତରଫରୁ ଏନ୍ କାଉଣ୍ଟରରେ ୪ ଜଣ ନର ପିଶାଚଙ୍କ ଦେହାନ୍ତ ପରେ ପୋଲିସଙ୍କୁ ସମସ୍ତ ଦିଗରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଥିଲା । କିନ୍ତୁ ବିଗତ ବହୁ ବର୍ଷ ଧରି ନିର୍ଭୟା ଗଣଦୁଷ୍କର୍ମ କାରୀ ଙ୍କୁ କେବେ ନ୍ୟାୟ ମିଳିବ ତାହା ଉପରେ ସମସ୍ତଙ୍କର ଜନସାଧାରଣଙ୍କର ନଜିର ରହିଥିବା ବେଳେ ବୁଧବାର ଅଭିଯୁକ୍ତ ଅକ୍ଷୟ କୁମାର ଙ୍କ ପୁଣିବିଚାର କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏହାକୁ ଅଭିଯୁକ୍ତ ମାନଙ୍କ ଡେଥ୍ ୱାରେଣ୍ଟ ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛି । ଅନ୍ୟପଟେ ୨୦୨୦ ରେ ୪ ଜଣ ଅଭିଯୁକ୍ତଙ୍କୁ ସଜ୍ଜା ମିଳିବ । ଅନ୍ୟ ପଟେ ଗଣଦୁଷ୍କର୍ମ କାରୀ ମାନଙ୍କୁ ଯେଉଁ ଦିନ ଫାଶୀରେ ଝୁଲିବେ ସେହି ଦିନ ମୋ ଝିଅର ଆତ୍ମା ଶାନ୍ତି ପାଇବ ବୋଲି କହିଛନ୍ତି ତାଙ୍କ ମା ।