ନରଭକ୍ଷୀ ଡାଇନୋସର୍ର ଜୀବାଶ୍ମ ମିଳିଲା
ବ୍ରାଜିଲ ଦକ୍ଷିଣ ଅଞ୍ଚଳରୁ ଏକ ନରଭକ୍ଷୀ ଡାଇନାସୋର ଜୀବାଶ୍ମ ମିଳିଛି । ଏହି ପ୍ରଜାତିର ଡାଇନାସୋର ୨୩ କୋଟି ବର୍ଷ ତଳେ ପୃଥିବୀରେ ବାସ କରୁଥିଲା ବୋଲି ଗବେଷକ କହିଛନ୍ତି । ଏନେଇ ବିଜ୍ଞାନ ପତ୍ରିକା ପିରଜେରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ଜୀବାଶ୍ମ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କିପରି ସମ୍ଭବ ହୋଇଛି ତାହା ଗବେଷକଙ୍କୁ ବିସ୍ମିତ କରିଛି । ଏହି ପ୍ରଜାତିର ଡାଇନୋସର୍ର ଦାନ୍ତ ଏବଂ ମାଢ଼ି ବେଶ୍ ସୁଦୃଢ଼ ଥିବା ଗବେଷକ କହିଛନ୍ତି ।