ନରୀସଭା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦ୍ବିତୀୟ ସାଧାରଣ ବୈଠକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ୍ ଅଧ୍ୟକ୍ଷ ନରୀସଭା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦ୍ବିତୀୟ ସାଧାରଣ ବୈଠକରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ବିଡ଼ିଓ ଶଶୀଭୂଷଣ ମହାପାତ୍ର,ଉପାଧ୍ୟକ୍ଷ ରାଜଲକ୍ଷ୍ମୀ ପ୍ରଧାନ,ସାଂସଦ ପ୍ରତିନିଧି ଦିବାକର ନାୟକ,ସହକାରୀ ଯନ୍ତ୍ରୀ ଇଂ ଶ୍ୟାମଘନ ପ୍ରଧାନ,ଜିଲ୍ଲାପରିଷଦ ସଦସ୍ୟ ଜିରତେନ୍ଦ୍ର କେଶରୀ ଆରୁଖ,ଶୌଳବାଳା ବିଷୋୟୀ,ଭାଗ୍ୟଲତା ସେଠୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବିଡ଼ିଓ ବ୍ଳକ୍ ରେ ଜାରି ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟ ସଂର୍ପକରେ ବକ୍ତବ୍ୟ ରଖିଥିଲେ। ବିଧାୟକ ଅନୁଦାନ ପାଣ୍ଠି ଠାରୁ ଆରମ୍ଭ କରି ବିଭିନ୍ନ ଅର୍ଥ କମିଶନର ଅନୁଦାନକୁ ଲୋକଙ୍କ ପାଇଁ ଯଥା ସମ୍ଭବ ଖର୍ଚ୍ଚ କରି ଏହାକୁ ଉନ୍ନତ ବ୍ଳକ ରେ ପରିଗଣିତ କରିବାକୁ ଶ୍ରୀ ଆରୁଖ କହିଥିଲେ।ଏଥିସହ ବ୍ଲକ ରେ ସେଚ କୂପ ଠାରୁ ଆରମ୍ଭ କରି କୁକୁଡା,ଛତୁ ଓ ଛେଳି ଚାଷ ପାଇଁ ବହୁ ଯୋଜନା ରହିଥିବା ବେଳେ ଗମନାଗମନ,ପାନୀୟ ଜଳ,ସ୍କୁଲ ରୂପାନ୍ତରିକରଣ,କ୍ଷେତ ପୋଖରୀ ଯୋଜନା,ମୋ ବଗିଚା ଯୋଜନା ସଂର୍ପକରେ ସହକାରୀ ଯନ୍ତ୍ରୀ ସୂଚନା ଦେଇଥିଲେ। ଏହି ଅବସରରେ କୁଲାଡ ପଞ୍ଚାୟତ ରାଜ୍ୟ ସ୍ତରରେ ଶ୍ରେଷ୍ଠ ସଶକ୍ତିକରଣ ପୁରସ୍କାର ପାଇଥିବାରୁ ସରପଞ୍ଚଙ୍କୁ ବାଚସ୍ପତି ଶ୍ରୀ ଆରୁଖ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଶେଷ କରି ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଯେଭଳି ପାନୀୟଜଳ ସମସ୍ୟ ସୃଷ୍ଟି ନହେବ ତାକୁ ଗୁରୁତ୍ବାରୋପ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ