ନରେନ୍ଦ୍ରପୁର ଓ ନୋଳିଆନୁଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ ମାତୃତ୍ୱ ସୁରକ୍ଷା ଦିବସ ପାଳିତ

ଛତ୍ରପୁର (ଦେବଦ‌ତ୍ତ ମହାରଣା):ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ନରେନ୍ଦ୍ରପୁର ଓ ନୋଳିଆନୂଆଗାଁ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଠାରେ ଡାକ୍ତର ଜ୍ଞାନେନ୍ଦ୍ର କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ମାତୃତ୍ୱ ସୁରକ୍ଷା ଦିବସ ପାଳନ କରାଯାଇଛି । ଏଥିରେ ମହିଳା ମାନଙ୍କର ଆବଶ୍ୟକତାକୁ ଶୁଣିବା, ପଦକ୍ଷେପ ନେବା ଓ ପରିବର୍ତ୍ତନ ଆଣିବା ସହ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗର୍ଭବତୀ ମା’ମାନଙ୍କୁ ଦୁଇଗୁଣ ସଚେତନ କରାଇବା ଏବଂ ଉଭୟ ମା’ ଓ ଶିଶୁର ସୁନ୍ଦର ସ୍ୱାସ୍ଥ୍ୟକୁ ବଜାୟ ରଖିବା ଉପରେ ଆଲୋଚନା ହୋଇଥିଲା । କରୋନା ଟିକାକରଣକୁ ମଧ୍ୟ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତର ସନ୍ଦିପ କୁମାର ଗୌଡ, ଆୟୁଷ ଡାକ୍ତର ତପସ୍ପିନୀ ପାତ୍ର, କ୍ରିଷ୍ଣାଚନ୍ଦ୍ର ଜେନା, ପୂର୍ଣ୍ଣଚନ୍ଦ୍ର ବେହେରା, ବଙ୍କୀ ମିଶ୍ରଙ୍କ ସହ ସମସ୍ତ ଆଶାକର୍ମୀ ଓ ମହିଳାମାନେ ଉପସ୍ଥିତ ଥିଲେ । ସମସ୍ତ ବିଷୟବସ୍ତୁକୁ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ବିସ୍ତାର ଭାବେ ଆଲୋଚନା କରିବା ସହ ଉଭୟ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ