ନରେନ୍ଦ୍ରପୁର ପଂଚାୟତରେ ବିଜେଡିର ଜନ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର,(ଦେବଦତ୍ତ ମହାରଣା) : ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଛତ୍ରପୁର ବିଜୁ ଜନତା ଦଳ ଓ ମୋ ପରିବାର ର ଆନୁକୁଲ୍ୟରେ କରୋନା ଜନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରେନ୍ଦ୍ରପୁର ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି,ନରେନ୍ଦ୍ରପୁର ସରପଂଚ ବାବୁଲା ବେହେରା,ସମିତିସଭ୍ୟ ଜ୍ୟୋତିରଞ୍ଜନ ସାହୁ,ଜିଲ୍ଲା ପରିଷଦ ପ୍ରମୋଦ ପ୍ରଧାନ,ବିଜେଡି ବ୍ଲକ ସଭାନେତ୍ରୀ ନମିତା ମହାରଣା,ବିଜେଡି ପଂଚାୟତ ସଭାପତି ମନୋଜ ମହାଙ୍କୁଡ,ଯୁବନେତା ବିଜୟ କୁମାର ପଣ୍ଡା,ଜଗନ୍ନାଥ ସାବତ ପ୍ରମୂଖ ଉପସ୍ଥିତ ରହି ଲୋକଙ୍କୁ ସଚେତନତା କରିଥିଲେ ।


