ନର୍ଲା ବନବିଭାଗ ପକ୍ଷରୁ ୧୨୬ ଖଣ୍ଡ କାଠ ଜବତ
କଳାହାଣ୍ଡି,(ଓ୍ବାଇଏନ୍ଏସ୍): ଜିଲ୍ଲାରେ ବିଭିନ୍ନ ସମୟରେ ଚୋରା କାଠ ମାଫିଆ ମାନଙ୍କ ପ୍ରାଦୁର୍ଭାବ ବଢ଼ି ଚାଲୁଥିବା ବେଳେ ବନବିଭାଗ ପକ୍ଷରୁ ବିଭିନ୍ନ ସମୟରେ କାଠ ମାଫିଆ ମାନଙ୍କୁ ଗିରଫ କରିବାରେ ସଫଳ ହେଉଛି | ତ କେତେବେଳେ ବିଫଳ ମଧ୍ୟ ହେଉଛି ଏହାର ଏକ ନଜର ସମ୍ନାକୁ ଆସିଛି | ଦୀର୍ଘ ଦିନ ଧରି ନର୍ଲା ରେଞ୍ଜ ଅନ୍ତର୍ଗତ ନର୍ଲା ରୋଡ ଅଞ୍ଚଳ ରେ ଥିବା ଜୀବନ ଧାରା ଏନ୍. ଜି.ଓ କୁ ଲାଗିକରି ଥିବା ବସ୍ତି ଭିତରେ ଥିବା ଏକ କୁଡିଆ ରେ ଶାଳ ଏବଂ ଶାଗୁଆନ କାଠ ସୁରାଗ୍ ପାଇଁ ଉତ୍ତର ବନ ଖଣ୍ଡ ଅଧିକାରୀ ନୀତେଶ କୁମାର ଙ୍କ ନିର୍ଦ୍ଦେଶ ରେ ନର୍ଲା ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ ଙ୍କ ଦଳବଳ ସହିତ ନର୍ଲା ଥାନା ଏବଂ ସ୍ଥାନୀୟ ସରପଞ୍ଚ ଙ୍କୁ ନେଇ ଉକ୍ତ ଘରକୁ ଦିନ ୧୧ ଘଣ୍ଟା ସମୟରେ ଚଢ଼ାଉ କରିଥିଲେ | ଏଥିରେ ୧୨୬ ଖଣ୍ଡ କାଠ ର ତିଆରି ଦୁଆର ବନ୍ଧ ଜବତ କରାଯାଇଥିଲା, କାଠ ମାଫିଆ ମଥୁରା ଛତ୍ରୀୟା ଙ୍କ ଦ୍ଵାରା ସ୍ଥାନୀୟ ଜଙ୍ଗଲ ଠାରୁ ଚୋରା କାଠ କାରବାର କରୁଥିବା ଜଣାପଡିଛି |


