ନର୍ସଙ୍କୁ ଛୁରୀ ଭୁସି ହତ୍ୟା
ନିଆଳି: କୋଭିଡ ଯୋଦ୍ଧା ଜଣେ ନର୍ସଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ତେବେ ଏହି ହତ୍ୟାକାଣ୍ଡ ଆଉ କେହି ନୁହେଁ ସମ୍ପୃକ୍ତ ନର୍ସଙ୍କ ସ୍ୱାମୀ ଭିଆଇଛନ୍ତି । ନର୍ସ ଜଣକ ଟିକା ଦେବାବେଳେ ତାଙ୍କ ସ୍ୱାମୀ ତାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି । କଟକ ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ଏଭଳି ହତ୍ୟାକାଣ୍ଡ ଘଟିଛି । ପ୍ରକାଶ ଯେ, ମହିଧରପଡ଼ା ମେଡିକାଲରେ କାର୍ଯ୍ୟ କରୁଥିବା ସମ୍ପୃକ୍ତ ନର୍ସ ଜଣକ ଆଜି ମହୁରା ପ୍ରାଥମିକ ସ୍କୁଲରେ ଗର୍ଭବତୀଙ୍କୁ ଟିକା ଦେଉଥିଲେ । ଟିକା ଦାନ କାର୍ଯ୍ୟ ଚାଲିଥିବାବେଳେ ସେଠାରେ ହଠାତ ତାଙ୍କ ସ୍ୱାମୀ ପହଞ୍ଚିଥିଲେ । କେହି କିଛି ବୁଝିବା ପୂର୍ବରୁ ହଠାତ ତାଙ୍କ ସ୍ୱାମୀ ଏକ ଛୁରିରେ ତାଙ୍କ ସ୍ତ୍ରୀ ଅର୍ଥାତ ସମ୍ପୃକ୍ତ ନର୍ସଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । ଅନ୍ୟପକ୍ଷରେ ଉପସ୍ଥିତ ଲୋକେ ଅଭିଯୁକ୍ତ ସ୍ୱାମୀଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି ।