ନର୍ସରୀ ରାସ୍ତା ନିର୍ମାଣ ପାଇଁ ଶୁଭ ପ୍ରଦାନ

ଛତ୍ରପୁର, (ଓ୍ବାଇଏନ୍ଏସ୍): ବହୁବର୍ଷ ଧରି ଛତ୍ରପୁର ବ୍ଲକ ବଡମାଧପୁର ଅଂଚଳରେ ନର୍ସରୀ ରାସ୍ତା ନିର୍ମାଣ କରିବା ପାଇଁ ଯୋଜନା ଥିବାସତ୍ୱେ ତାହା କାର୍ଯ୍ୟକ୍ଷମ ହୋଇପାରୁନଥିଲା । ଗୁରୁବାର ଛତ୍ରପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଭଗବାନ ବେହେରା ଏହି ନର୍ସରୀ ରାସ୍ତା ନିର୍ମାଣ ପାଇଁ ନିଜ ଜମି ହସ୍ତାନ୍ତର କରିଛନ୍ତି । ଏହି ପରିପ୍ରେକ୍ଷୀରେ ବଡମାଧପୁର ପଂଚାୟତ ପକ୍ଷରୁ ନର୍ସରୀ ରାସ୍ତା ନିର୍ମାଣ କରିବା ପାଇଁ ଅଂଟା ଭିଡିଛନ୍ତି । ବଡମାଧପୁର ସରପଂଚ ଶରତ ଖୁଂଟିଆ ଏବଂ ସମିତି ସଭ୍ୟ ଏନ୍‌.କ୍ରିଷ୍ଣା ରେଡ୍ଡୀଙ୍କ ନେତୃତ୍ୱରେ ଗୁରୁବାର ନର୍ସରୀ ରାସ୍ତା ନିର୍ମାଣ କରିବା ପାଇଁ ଶୁଭ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନର୍ସରୀ ରାସ୍ତା ନିର୍ମାଣ ପାଇଁ ଶୁଭ ପ୍ରଦାନ କରିଥିଲେ । ଏମନରେଗା ଯୋଜନାରେ ଏହି ନର୍ସରୀ ରାସ୍ତା ନିର୍ମାଣ କରାଯିବ ବୋଲି ସରଂପଚ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ