ନର୍ସିଂ ତାଲିମର ତିନି ବର୍ଷ ପରେ ମଧ୍ୟ ମିଳିନି ପ୍ରମାଣପତ୍ର ;ତୁରନ୍ତ ନ ମିଳିଲେ ଆତ୍ମାହୁତି ଚେତାବନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ନର୍ସିଂ ତାଲିମ ସମାପନ କରି ତିନି ବର୍ଷରୁ ଉର୍ଦ୍ଧ ସମୟ ବିିତାଲାଣି । ତଥାପି ସେମାନଙ୍କୁ ପ୍ରମାଣପତ୍ର ଦିଆଯାଉ ନଥିବାରୁ ସମ୍ପୃକ୍ତ ଛାତ୍ରୀମାନେ ବେକାର ହୋଇ ଘରେ ବସି ରହିଛନ୍ତି । ତୁରନ୍ତ ପ୍ରମାଣପତ୍ର ପ୍ରଦାନ ଲାଗି ଛାତ୍ରୀମାନେ ଆଦିବ।।ସୀ ଉନ୍ନୟନ ସଂସ୍ଥାର ପ୍ରଶାସକଙ୍କ ଦ୍ୱାରସ୍ଥ ହୋଇ ତୁରନ୍ତ ପ୍ରମାଣପତ୍ର ପ୍ରଦାନ ପାଇଁ ନିବେଦନ କରିଛନ୍ତିି । ପ୍ରମାଣପତ୍ର ଦିିଆନଗଲେ ଏମାନେ ଆତ୍ମାହୁତି କରିିବେ ବୋଲି ଚେତାବନୀ ଦେଇଛନ୍ତିି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗଜପତି ଜିଲ୍ଲା ମୋହନା ବ୍ଲକ ଓ ଗୁମ୍ମା ବ୍ଲକର ପ୍ରାୟ ୩୦ଜଣ ଛାତ୍ରୀ ଜିଲ୍ଲା ସମ୍ମନ୍ୱିତ ଆଦିବାସୀ ଉନ୍ନୟ ସଂସ୍ଥା ମାଧ୍ୟମରେ ଗତ ୨୦୧୪-୧୫ ମସିହାରେ ଭୁବନେଶ୍ୱର ସ୍ଥିତ ଶ୍ରୀ ବିଦ୍ୟା ନିକେତନ ନର୍ସିଂ କଲେଜରେ ନର୍ସିଂ ତାଲିମ ନେଇଥିଲେ । ସେମାନଙ୍କ ତାଲିମ ଗତ ୨୦୧୮ ମସିହାରେ ଶେଷ ମଧ୍ୟ ହୋଇଥିଲା । ହେଲେ ଉକ୍ତ ଅନୁଷ୍ଠାନରେ ଏମାନଙ୍କର କିଛି ଫି ବକେୟା ରହି ଯାଇଥିବା ଆଳ ଦେଖାଇ ଏମାନଙ୍କୁ ନର୍ସିଂ ତାଲିମ ର ପ୍ରମାଣପତ୍ର ଦିଆଯାଉ ନାହିଁ । ଏହି ଛାତ୍ରୀମାନେ ସମସ୍ତ ତାଲି ଶେଷ କରିଥିଲେ ମଧ୍ୟ ପ୍ରମାଣପତ୍ର ନଥିବା ଯୋଗୁଁ କୌଣସି ସଂସ୍ଥାରେ ଚାକିରୀ କରିପାରୁ ନାହାନ୍ତି ବା ନିୟୋଜିତ ହୋଇପାରୁ ନାହାନ୍ତି । ଏ ସମ୍ପର୍କରେ ସେମାନେ ଜିଲ୍ଲା ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରାଙ୍କୁ ଭେଟି ଛାତ୍ରୀମାନେ ଏଥିନେଇ ଅନୁରୋଧ ଜଣାଇଛନ୍ତି । ଏଥିରେ ଶ୍ରୀ ବେହେରା ଏ ସମ୍ପର୍କରେ ସେ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ