ନର୍ସ ଙ୍କ ଅବହେଳା ଯୋଗୁ ନବଜାତକ ଶିଶୁ ମୃତ

କଳାହାଣ୍ଡି,(ରଜନୀକାନ୍ତ ମିଶ୍ର): ନର୍ସ ଙ୍କ ଅବହେଳା ଯୋଗୁ ନବଜାତକ ଶିଶୁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ ଜଣେ ଷ୍ଟାଫ ନର୍ସ ଙ୍କ ଅବହେଳା ଯୋଗୁ ଜଣେ ପ୍ରସୂତି ମହିଳା ଙ୍କ ନବଜାତକ ଶିଶୁ ର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର | କଳାହାଣ୍ଡି ଜିଲ୍ଲାର କୋକସରା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ପୋଡ଼ାଗୁଡା ପଞ୍ଚୟତ ର ଜଣେ ପ୍ରସୂତି ମହିଳା ଆଜି ପ୍ରସବ ଯନ୍ତ୍ରଣା ହେବାରୁ ଭର୍ତ୍ତି ହୋଇଥିଲେ | ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ସହ ପ୍ରସବ ରୁମ ରେ ଭର୍ତି କରିଥିଲେ ତେବେ ପ୍ରସବ ସମୟରେ ନର୍ସି ଙ୍କ ଅବହେଳା ଯୋଗୁଁ ନବଜାତକ ଶିଶୁ ଙ୍କ ମୃତ୍ୟୁ ହୋଇଥିବା ନେଇ ମୃତ ଶିଶୁ ର ମା ଓ ପରିବାର ଅଭିଯୋଗ କରିଛନ୍ତି | ତେବେ ଏ ନେଇ ପ୍ରସବ କରାଇଥିବା ନର୍ସ ଙ୍କ ପ୍ରତିକ୍ରିୟା ମିଲିନାହିଁ ଅନ୍ୟ ପଟେ ଇନଚାର୍ଜ ଡାକ୍ତର ତତ୍ୱଦର୍ଶୀ ଦାସ ଙ୍କ ପ୍ରତିକ୍ରିୟା ନେବାରୁ ଶିଶୁର ମୃତ୍ୟୁ ପଛରେ କୌଣସି ଅବହେଳା ହୋଇନାହିଁ ଶିଶୁ ଜନ୍ମ ରୁ ମୃତ ଥିବା ନେଇ କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ