ନଳକୂପ

ଆମ ଗାଁରେ
ମିଠା ପାଣି ପାଇଁ
ନଳକୂପ ଖୋଳାଚାଲିଛି ।

କେତେ ସରକାର ବଦଳିଲାଣି
କେତେ ପିଢି ସ୍ବର୍ଗବାସୀ
ଭିଟାମାଟି ମିଠା ପାଣି
ମୁହଁରେ ନଦେଇ
କିଏ ଘରଡିହ
ବନ୍ଧା ପକାଇ ସ୍ଥାନାନ୍ତର
କେତେ ଦିନ ପରେ
ଭିଟାମାଟି ଜନଶୂନ୍ଯ ହେବ
ମିଠା ପାଣି ପାଇଁ ।

ଏବେବି ଆମ ଗାଁରେ
ନଳକୂପ ଖୋଳା ଚାଲିଛି,
ମିଠା ପାଣି ବାହାରିଲେ
ସମସ୍ତେ ଫେରିଆସିବେ
ଭିଟାମାଟିର ମୋହରେ
ମମତାରେ ସ୍ନେହରେ
ଶ୍ରଦ୍ଧାରେ ବାନ୍ଧି ହୋଇ
ମିଠା ପାଣି ପିଇବେ
ମିଳିମିଶି ଭୋଜିଭାତ ରାନ୍ଧିବେ
ଏକାଠି ବସି ଖାଇବେ
ନଳକୂପ ଚାରିପଟେ
ଫସଲ ହସିବ
ସବୁଜିମା ଫେରିବ
ପରିବାର ହସିବ
ଗାଁ ହସିବ
ନଳକୂପ ଖୋଳା ଚାଲିଛି ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ