ନଳକୂପ ଖନନକୁ ବିରୋଧ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବାଲିପୋଖରୀ ପଞ୍ଚାୟତ କୁମ୍ଭାରିଆ ଠାରେ ଏକ ସରକାରୀ ନଳକୂପ ଖନନକୁ ଜନୈକ ସ୍ୱାର୍ଥ ନ୍ୟଷ୍ଟି ପରିବାର ବିରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଥିବା ବେଳେ ଏଠାରେ ଜଳ ଯୋଗାଣ ପାଇଁ ନଳକୂପ ଖୋଳା ଯାଉଥିଲା। ହେଲେ ନିକଟରେ ଥିବା ଏକ ପରିବାର ଏହାକୁ ବିରୋଧ କରି ନଳକୂପ ଖୋଳୁ ଥିବା ବ୍ୟକ୍ତିଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିଲେ। ଏହା ସହିତ ସ୍ୱାମୀ ସ୍ତ୍ରୀ ଓ ତାଙ୍କ ପିଲାମାନେ ମାରଣାସ୍ତ୍ର ରେ ଆକ୍ରମଣ କରିବା ପାଇଁ ଉଦ୍ୟତ ହୋଇଥିଲେ। ଖବର ପାଇ ଭଣ୍ଡାରିପୋଖରୀ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ସେଠାରେ ପହଂଚି ପରିସ୍ଥିତି କୁ ନିୟନ୍ତ୍ରଣାଧୀନ କରିଥିବା ଜଣା ପଡ଼ିଛି।