ନଳକୂପ ଟଙ୍କା ହଡପ ଘଟଣାରେ ୱାଡସଭ୍ୟଙ୍କୁ ଘେରିଲେ ଗ୍ରାମବାସୀ

ହାଟଡିହି, (ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ତେନ୍ତୁଲିନଣ୍ଡା ଗ୍ରାମରେ ଗୋଟିଏ ନଳକୂପ ବସାଇବା ଅନୁଦାନ ଓ ଦୁଇଟି ନଳକୂପର ପ୍ଲାଟଫର୍ମ ଅନୁଦାନ ହଡପ ଘଟଣାରେ ଗ୍ରାମବାସୀମାନେ ଜଣେ ୱାର୍ଡସଭ୍ୟଙ୍କୁ ଘେରାଉ କରିଛନ୍ତି । ୱାର୍ଡସଭ୍ୟ ଜଣକ ଗ୍ରାମର ଅନେକ ଲୋକଙ୍କୁ ଗୁହାଳଘର, ପ୍ରଧାନମନ୍ତ୍ରୀ ଆବାସ, ମୋ ଫୋଖରୀ, ବାର୍ଦ୍ଧକ୍ୟ ଭତ୍ତା ଆଦି କରାଇଦେବ କହି ଲୋକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଯାଇ ଆଉ ଧରାଛୁଆଁ ଦେଉ ନଥିଲେ । ଏପରିକି ଶ୍ରୀଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଏକ ନଳକୂପ ବସାଇବାପାଇଁ ପଞ୍ଚାୟତରୁ ଅନୁଦାନ ଆସିଥିଲା । ସ୍କୁଲ କର୍ତ୍ତୁପକ୍ଷ ନଳକୂପ ବସାଇଦେବା ପରେ ୱାର୍ଡସଭ୍ୟ ଜଣକ ପଞ୍ଚାୟତରୁ ଏହି ଅନୁଦାନ ରାଶି ଆଣି ସ୍କୁଲ କର୍ତ୍ତୁପକ୍ଷଙ୍କୁ ଦେଇ ନଥିଲେ । ସେହିପରି ଗାଁରେ ଦୁଇଟି ନଳକୂପ ପ୍ଲାଟଫର୍ମ ନିର୍ମାଣ କରାଯାଇଥିବାବେଳେ ତାହାର ଅନୁଦାନ ରାଶିକୁ ମଧ୍ୟ ନେଇଯାଇଥିଲେ । ଗ୍ରାମବାସୀମାନେ ଏ ବାବଦରେ ଜାଣିବାପରେ ୱାର୍ଡ ସଭ୍ୟଙ୍କୁ ପଚାରିବାରୁ ସେ ଟଙ୍କା ଆଣିଥିବା ଅଭିଯୋଗକୁ ପ୍ରଥମେ ଅସ୍ୱିକାର କରିଥିଲେ । ଗତକାଲି ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ୱାର୍ଡସଭ୍ୟଙ୍କୁ ଡାକିବାରୁ ସେ ଟଙ୍କା ଆଣିଥିବା ସ୍ୱୀକାର କରିଥିଳେବି ବୈଠକକୁ ଆସି ନଥିଲେ । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀମାନେ ପୁଲିସ ଓ ପଞ୍ଚାୟତ କର୍ତ୍ତୁପକ୍ଷଙ୍କ ଠାରେ ଅଭିଯୋଗ କରିବାପାଇଁ ନିଷ୍ପତି ନେବାପରେ ୱାଡସଭ୍ୟଙ୍କ ପୁଅ କିଛି ଟଙ୍କା ଫେରସ୍ତ କରିଥିବା ଗ୍ରାମବାସୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ