ନଳକୂପ ମରାମତି ନହେଲେ ଭୋଟ ବର୍ଜନ
ପୁରୀ (ଯୁଗାଦ୍ଧ ନ୍ୟୁଜ): ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନୂତନ ନଳକୂପ ବସାଯିବା ପାଇଁ ୨୦୧୬ ଫେବ୍ରୁଆରୀ ୧୮ରେ ପ୍ରଧାନଶିକ୍ଷକ ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିଲେ । ପରିଚାଳନା କମିଟି, ଅବିଭାବକ ଓ ଗ୍ରାମବାସୀ ଏହି ପତ୍ରରେ ସ୍ୱାକ୍ଷର କରିଥିଲେ । ବିଭାଗ ପକ୍ଷରୁ ତୁରନ୍ତ ନଳକୂପ ବସାଯିବ କହି ୩ ବର୍ଷ ହୋଇଗଲା । ଶେଷରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ୮ ମଶ୍ରେଣୀ ପର୍ଯ୍ୟନ୍ତ ରହିଛି । ୨ଶହଛାତ୍ର ଛାତ୍ରୀ ରହିଛନ୍ତି ।
ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଗ୍ରାମ ଦାଣ୍ଡରେ ଥିବା ନଳକୂପରେ ହାତ ଧୋଇବା ପାଇଁ ଯାଉଛନ୍ତି । ଅନ୍ୟପକ୍ଷେ ଗ୍ରାମରେ ଥିବା ନଳକୂପ ଖରାଦିନ ହୋଇଥିବାର ପାଣିର ଘୋର ଅଭାବ ଉକ୍ତ ଗ୍ରାମରେ ଦେଖାଯାଇଛି । ତୁରନ୍ତ ଅଚଳ ନଳକୂପ ମରାମତି ନଚେତ ନୂତନ ନଳକୂପ ବସାଇବା ପାଇଁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।