ନସିରିପୁର ମନ୍ଦିରରୁ ଚୋରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନସିରିପୁର ଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରୁ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଗତକାଲି ରାତିରେ କେହି ଦୁର୍ବୁତ ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ଏକ ପିତ୍ତଳର ଠାକୁର ମୁର୍ତ୍ତୀ, ସାଉଣ୍ଡ ମେସିନି, ୨ଟି ଘଣ୍ଟି, ୪ଟି ଘଣ୍ଟା ଓ ହୁଣ୍ଡିରୁ ଆନୁମାନିକ ୬ହଜାରରୁ ଉର୍ଦ୍ଧ ଟଙ୍କା ନେଇ ଯାଇଛନ୍ତି । ଆଜି ମନ୍ଦିରର ପୂଜକ ପୂଜା କରିବାକୁ ଆସି ଚୋରୀ ସମ୍ପର୍କରେ ଜାଣିବାପରେ ଗାଁ ଲୋକେ ସୁଚନା ପାଇଥିଲେ । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାଯାଇଛି । ଗତ କିଛିଦିନ ହେଲା ନନ୍ଦିପଦା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ବାରମ୍ବାର ଚୋରୀ ହେଉଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇପାରୁ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ