ନାଁକୁ ଅତିତରେ ବଦନାମ କରିଥିବା ବ୍ୟକ୍ତି ବିଜେଡି କାଉନସିଲର ପ୍ରାର୍ଥୀ ଦୈାଡରେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଅତିତରେ କେନ୍ଦ୍ରାପଡାର ନାଁ କୁ ବଦନାମ ଓ କଳଙ୍କିତ କରିଥିବା ଜନୈକ ବ୍ୟକ୍ତି ଏବେ କେନ୍ଦ୍ରାପଡା ପୈାର ନିର୍ବାଚନରେ ବିଜୁଜନତା ଦଳରୁ କାଉନସିଲର ପ୍ରାର୍ଥୀ ହେବା ପାଇଁ ଲବି ଚଳାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ଗତ ୧୯୯୭ମସିହା ଡିସେମ୍ବର ମାସରେ ଜନୈକ ଯୁବତୀଙ୍କୁ ଜୋରଜବରଦସ୍ତି ଦୁଷ୍କର୍ମ କରିବା ସହିତ ସେହି ସମୟର ନଗ୍ନ ଫଟୋ ଉଠାଇଥିଲେ । ସେହି ଫଟୋକୁ ଦେଖାଇ ଯୁବତୀ ଜଣଙ୍କୁ ବ୍ଲାକ ମେଲିଂ କରିବା ଯୋଗୁଁ ଯୁବତୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥିଲେ । ସେ ସମୟରେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ନାମ କଳଙ୍କିତ ହୋଇଥିଲା । ପରେ ସଂପୃକ୍ତ ବ୍ୟକ୍ତି ଗିରଫ ହୋଇ ଜେଲ ଯାଇଥିଲେ । ସେହି ବ୍ୟକ୍ତି ଜଣଙ୍କ ଗତ ୨୦୧୧ ମସିହାରେ ବିଜେଡିରୁ କାଉନସିଲର ପ୍ରାର୍ଥୀ ହେବାକୁ ଆବେଦନ କରି ଲବି ଚଳାଇଥିଲେ । କିନ୍ତୁ ଏଭଳି ଅପରାଧୀକ ଘଟଣା ସହିତ ସେ ସଂପୃକ୍ତ ଥିବା ଜଣାପଡିଯିବା ପରେ ଦଳର ସୁପ୍ରିମୋ ତାଙ୍କ ଆବେଦନକୁ ନାକଚ କରିଦେଇଥିଲେ । ଏବେ ପୁଣି ସେହି କଳଙ୍କିତ ବ୍ୟକ୍ତି ଜଣଙ୍କ ବିଜେଡିରୁ କାଉନସିଲର ପ୍ରାର୍ଥୀ ହେବାକୁ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି । ମା’କୁ ସମ୍ମାନ ଦେଉଥିବା ବିଜୁ ଜନତା ଦଳ ସଂପୃକ୍ତ ବ୍ୟକ୍ତିଙ୍କୁ ଦଳୀୟ ଟିକେଟ ପ୍ରଦାନ ନକରିବାକୁ ସାଧାରଣରେ ଦାବି ଜୋର ଧରିଛି ।


