ନାଁ ବଦଳାଇବାକୁ ଚାହୁଁଛି ପାକିସ୍ତାନ

ପାକିସ୍ତାନ ଏବେ ନିଜର ନାଁ ପରିବର୍ତ୍ତନ କରିବାକୁ ଚାହୁଁଛି । ଏହି ଖବରଟି ଶୁଣି ସମସ୍ତେ ଭାରତର ବିରୋଧୀ ଦେଶ ପାକିସ୍ତାନ କଥା ଭାବୁଥିବା ନିଶ୍ଚୟ । କିନ୍ତୁ ଆମେ ଏଠାରେ ବିହାରରେ ଥିବା ଏକ ଗାଁ ବିଷୟରେ କହୁଛୁ । ଯାହାର ନାଁ ରହିଛି ପାକିସ୍ତାନ । ଗାଁର ନାଁକୁ ବଦଳାଇବା ପାଇଁ ଅନେକ ଥର ନିବେଦନ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ହୋଇନାହିଁ । ବିହାରର ପୁର୍ଣ୍ଣିଆ ଜିଲ୍ଲାରେ ପାକିସ୍ତାନ ଥିବାବେଳେ ପ୍ରାୟ ୧୨୦୦ଜଣ ଲୋକ ସେଠାରେ ବସବାସ କରନ୍ତି । ୧୯୪୭ରେ ସେହି ଗାଁରେ ରହୁଥିବା ମୁସଲିମ୍‌ମାନେ ପାକିସ୍ତାନ ଚାଲିଯିବା ପରେ ସେମାନଙ୍କ ସ୍ମୃତିରେ ଗାଁର ନାଁ ପାକିସ୍ତାନ ରଖାଯାଇଥିଲା । ଯେଉଁଥି ପାଇଁ ଏବେ ଗ୍ରାମବାସୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଗାଁର ଯୁବକଯୁବତୀଙ୍କୁ କେହି ବିବାହ କରିବାକୁ ରାଜି ହେଉ ନଥିବା ବେଳେ ପାକିସ୍ତାନ ସହ କୌଣସି ସମ୍ପର୍କ ନଥାଇ ମଧ୍ୟ ଲୋକେ ସେମାନଙ୍କୁ ପାକିସ୍ତାନୀ ବୋଲି କହୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ