ନାଆମୀରେ ଧାନମଣ୍ଡି ଉଦଘାଟିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ସ୍ଥିତ ନାଆମୀ ସେବା ସମବାୟ ସମିତି ଠାରେ ଚଳିତବର୍ଷ ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ସମ୍ପାଦକ ରବିନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସଦାଶିବ ଦାସ ଅତିଥି ଭାବେ ଯୋଗଦେଇ ମଣ୍ଡି ଉଦଘାଟନ କରିଥିଲେ । ପ୍ରାକ୍ତନ ସରପଞ୍ଚ ଜଗନ୍ନାଥ ଜେନା, ଧାନକ୍ରୟ କମିଟି ସଦସ୍ୟ ଜଗବନ୍ଧୁ ସ୍ୱାଇଁ, ହୃଷିକେଶ ସାହୁ, ମନୋରଞ୍ଜନ ସେନାପତି, ରତନ କୁମାର ସାହୁ, ଗୌରାଙ୍ଗ ଜେନା, ସାନ୍ତନୁ ଜେନା, ବିନୋଦ ବିହାରୀ ସାହୁ, ସୁଧାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ୨୮୭.୧୨କୁଇଣ୍ଟାଲ ଧାନ କ୍ରୟ ହୋଇଥିବା ଜଣାଯାଇଛି । କାର୍ଯ୍ୟକ୍ରମକୁ ସମିତି କର୍ମଚାରୀ ଫକିର ମୋହନ ବେହେରା, ନିତାଇ ଚରଣ ରାଉତ, ଅଜୟ କୁମାର ଜେନା, ସୁଶାନ୍ତ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ