ନାଉଗାଁରେ ଆଧାର କେନ୍ଦ୍ର ଉଦଘାଟିତ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକସ୍ଥିତ ନାଉଗାଁ ବଜାର ଠାରେ ଶନିବାର ଆଧାର କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି କେନ୍ଦ୍ରକୁ ଜିଲ୍ଲା ପରିଚାଳକ ଦୀପକ କୁମାର ନାୟକ ଓ ଜିଲ୍ଲା ସଂଯୋଜକ ଅନନ୍ତ କୁମାର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କେନ୍ଦ୍ରରେ ଆଧାର କାର୍ଡ ସଂଶୋଧନ କରାଯିବ । ଏହି କେନ୍ଦ୍ର ମାଧ୍ୟମରେ ନାଉଗାଁ ବ୍ଳକର ୧୬ଟି ପଂଚାୟତର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଜଣାଯାଇଛି । ନାଉଗାଁ ଅଂଚଳରେ ଆଧାର କେନ୍ଦ୍ର ନଥିବାରୁ ଆଧାର ସଂଶୋଧନ କରିବା ପାଇଁ ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଏହି କେନ୍ଦ୍ରର ସରକାରୀ ଛୁଟି ବ୍ୟତିତ ଅନ୍ୟ ଦିନ ଗୁଡିକରେ ସକାଳ ୯ ଟାରୁ ସଂଧ୍ୟା ୭ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏଠାରେ ଜନସାଧାରଣମାନେ ସୁଲଭ ମୂଲ୍ୟରେ ଆଧାର ସଂଶୋଧନ କରିପାରିବେ ବୋଲି ଜନସେବା କେନ୍ଦ୍ରର ସଂଯୋଜକ ଅନିଲ କୁମାର ଲେଙ୍କା ସୂଚନା ପ୍ରଦାନ କରିଛନ୍ତି ।


