ନାଉଗାଁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଡେଇଁଲା
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଦୁଇ ଶହ ଅତିକ୍ରମ କରିଛି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ତାଲିକାରେ ନାଉଗାଁରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ନାଉଗାଁ ବ୍ଲକରେ ୨୦୨ ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏହି ୪ ଜଣଙ୍କ ମଧ୍ୟରୁ ଜଣେ ଜିଲ୍ଲା ଚିକିତ୍ସାଳୟର ସଂଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ୩ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଥିବା ତାଲିକାରେ ଦର୍ଶାଯାଇଛି । ଅନ୍ୟପଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ପ୍ରକାଶିତ ତାଲିକାରେ ନାଉଗାଁ ବ୍ଲକରେ ୧୯୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏଥିମଧ୍ୟରୁ ୧୭୬ ଜଣ ଆରୋଗ୍ୟ ଓ ୨୨ ଜଣ ଚିକିତ୍ସିତ ହେଉଥିବା ଦର୍ଶାଯାଇଛି । ପ୍ରକାଶ ଥାଉକି ମେ ୬ ତାରିଖରେ ଜଗତସିଂହପୁର ଜିଲ୍ଲାରେ ପ୍ରଥମେ ୪ଜଣ କରୋନା ସଂକ୍ରମିତ ଚିହ୍ନଟ କରାଯାଇଥିଲା । ଏହି ସମସ୍ତ ଆକ୍ରାନ୍ତ ନାଉଗାଁ ବ୍ଲକର ରହିଥିଲେ ।