ନାଉଗାଁରେ ଗଜଲକ୍ଷ୍ମୀ ପୂଜା
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ପୂଜାମଣ୍ଡପ ଗୁଡିକରେ ମା’ଙ୍କର ମୃଣ୍ମୟୀ ମୃର୍ତୀ ସ୍ଥାପନ କରାଯାଇ ପୂଜାର୍ଚ୍ଚାନ କରାଯାଉଛି । କରୋନା କଟକଣା ପାଇଁ ପୂଜା ମଣ୍ଡପ ଗୁଡିକରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇନାହିଁ । ଏହି ପୂଜା ଡେରିକି ପଂଚାୟତର ଗଂଗଦା(ପାଇକସାହି) ଓ ମଝିପଡା, ବଛାଳୋ ପଂଚାୟତର ଅଲଣା-୨, ଶିଖରର ବୋଦଳ, ତିରୁଣାର ଦହିପାଳ, ଅଲଣାର ନୂଆପାଟଣା ଓ ଗଜରାଜପୁରର ଜେନାସାହି ଆଦିରେ ଅନୁଷ୍ଠିତ ହେଉଛି ।


