ନାଉଗାଁରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ୍‌): ଓଡିଶାର ଅନ୍ୟତମ ଶ୍ରେଷ୍ଠ ବରପୁତ୍ର ସମାଜ ସଂସ୍କାରକ, ସାହିତ୍ୟକ, ସାମ୍ବାଦିକ, ଶିକ୍ଷାବିତ, ଜନନେତା ତଥା ସେବା ମମତାର ମୂର୍ତିମନ୍ତ ପ୍ରତୀକ ଉକ୍ରଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଦିବସ ନାଉଗାଁର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଅବସରରେ ନାଉଗାଁ ବ୍ଲକର ସମାଜସେବୀ ସୁବାସ ସ୍ୱାଇଁ ଓ ଗୋପବନ୍ଧୁ ଅଗ୍ରଗାମୀ ପରିଷଦର ସଂପାଦକ ପ୍ରସନ୍ନଜିତ ସାହୁଙ୍କ ସଂଯୋଜନାରେ ନାଉଗାଁହାଟରେ ଥିବା ଉକ୍ରଳମଣୀଙ୍କ ପ୍ରତିମୂର୍ତୀରେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ,ସରପଂଚ ବଜ୍ର କିଶୋର ପରିଜା, ମହେଶ୍ୱର ଦାସ, ନିରଂଜନ ମହାନ୍ତି, ବଂଶୀଧର ବେହେରା, ବସନ୍ତ ମଲ୍ଲିକ, ସୁରେଶ ବେହୁରା, ପ୍ରସନ୍ନ ଲେଙ୍କା, ହରେକୃଷ୍ଣ ମହାନ୍ତି, ରଘୁନାଥ ଦାସ, ଆର୍ତ ଦାସ, ଭ୍ରମବର ଗୋଛାୟତ ପ୍ରମୁଖ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ । ପରେ କୋକିଢିଅ ନିକଟସ୍ଥ ଇଛାମା ମଣ୍ଡପରେ ସୁରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଧ୍ୟାପକ ଡଃ ଚାଇନା ପ୍ରଧାନ ,ପ୍ରସନ୍ନ କୁମାର ଲେଙ୍କା, ରାଜକିଶୋର ସାମଲ ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁ ଦାସଙ୍କ ଜୀବନ ସର୍ମ୍ପକୀତ ବିଭିନ୍ନ ଦିଗ ଓ ସାହିତ୍ୟ ସଂର୍ପକରେ ଆଲୋକପାତ କରିଥିଲେ । ସେହିପରି ଅଲଣାହାଟ ହାଇସ୍କୁଲ ଓ ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ