ନାଉଗାଁରେ ଡ୍ରାଇଭର ଏକତା ମହାମଂଚର ଆନ୍ଦୋଳନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଓଡିଶା ଡ୍ରାଇଭର ଏକତା ମହାମଂଚର ଷ୍ଟେରିଂ ଛାଡ ଆନ୍ଦୋଳନ ଡାକରାରେ ଚାଳକ ସଂଘର ଆନ୍ଦୋଳନ ଗୁରୁବାର ଦୁଇଦିନରେ ପହଁଚିଛି । ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଲକର ଓଡିଶା ଡ୍ରାଇଭର ମହାସଂଘ ଓ ଓଡିଶା ମୋଟର ଚାଳକ ସଂଘର ଶତାଧିକ ସଦସ୍ୟମାନେ ଆନ୍ଦୋଳନରେ ସାମିଲ ହୋଇ ସ୍ଥାନୀୟ ମୁଗେଇଛକ ନିକଟସ୍ଥ ବାଲିଭଉଁରୀ-ଶିଖରଘାଟ ମୁଖ୍ୟରାସ୍ତା ପାଶ୍ୱର୍ରେ ଏକତ୍ର ଭାବେ ଧାରଣରେ ବସି ରହିଛନ୍ତି । ସରକାରଙ୍କ ପକ୍ଷରୁ ଚାଳକ ସଂଘର ୧୦ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଲଢେଇ ଜାରୀ ରହିବ ବୋଲି ମହାମଂଚ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏଥିରେ ଓଡିଶା ଡ୍ରାଇଭର ମହାସଂଘର ସଭାପତି ରଶ୍ମୀରଂଜନ ନାୟକ, ସଂପାଦକ ଦୀପକ କୁମାର ସାମଲ, ଓଡିଶା ମୋଟର ଚାଳକ ସଂଘର ସଭାପତି ଜ୍ୟୋତି ପ୍ରକାଶ ଦାସ, ସଂପାଦକ ବିକ୍ରମ ସ୍ୱାଇଁ, ସଦସ୍ୟ ଅର୍ଜ୍ଜୁନ ଜେନା, ରମାକାନ୍ତ ନାୟକ, ସୁଶାନ୍ତ କୁମାର ପୁହାଣ, ସୁରେଶ କୁମାର ରାଉଳ, ଅନାଥ ଦାସ, ହେମନ୍ତ କୁମାର ସ୍ୱାଇଁ, ରମେଶ ଚରଣ ଜେନା, ସୁନିଲ ଲେଙ୍କା, ତ୍ରିଲୋଚନ ଲେଙ୍କାଙ୍କ ସମେତ ଶତାଧିକ ଚାଳକ ଶାନ୍ତିପୂର୍ଣ୍ଣ ଭାବେ ଏହି ଲଢେଇରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକୁ ଆଖି ଆଗରେ ରଖି ନାଉଗାଁ ଆଇଆଇସି ଅନିରୁଦ୍ଧ ନାୟକଙ୍କ ତତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ