ନାଉଗାଁରେ ନୂତନ କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନଟ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ଚୂଡାନ୍ତ ସ୍ଥାନ ଚିହ୍ନଟ କରାଯାଇଥିବା ଜଣାଯାଇଛି । ନାଉଗାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ନୂତନ କୋର୍ଟ ପ୍ରତିଷ୍ଠା ପାଇଁ ଜିଲ୍ଲା ଓ ଦୌରା ଜଜ୍ କୋର୍ଟର କୋର୍ଟ ମ୍ୟାନେଜର ସୁବାଷ ତ୍ରିପାଠୀ, ପଦ୍ମନାଭ ଦେହୁରୀ, ନାଉଗାଁ ରାଜସ୍ୱ ନିରୀକ୍ଷକ ପ୍ରଭାସ କୁମାର ସ୍ୱାଇଁ, ଅମିନ ସ୍ୱର୍ଯ୍ୟକାନ୍ତ ସ୍ୱାଇଁଙ୍କ ଦ୍ୱାରା ଚିହ୍ନଟ ସ୍ଥାନକୁ ମାପ କରାଯାଇଛି । ଚିହ୍ନଟ ସ୍ଥାନକୁ ମାପ କରାଯାଉଥିବା ସମୟରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ଉପସ୍ଥିତ ରହି ତହସିଲ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ କୋର୍ଟ ପ୍ରତିଷ୍ଠା କରାଗଲେ ଜନସାଧାରଣ ଉପକୃତ ହେବେ ବୋଲି କହିଥିଲେ । ତାଙ୍କ ସହିତ ଆଡଭୋକେଟ ସୁରେଶ ଚନ୍ଦ୍ର ଦାସ,ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ପ୍ରଶାନ୍ତ ଭୋଇ, ନାରାୟଣ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ