ନାଉଗାଁରେ ବ୍ଳକସ୍ତରୀୟ ନିଯୁକ୍ତି ମେଳା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) :ନାଉଗାଁ ବ୍ଳକ ପରିସରରେ ବୁଧବାର ବ୍ଳକସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଦିନ ଦୟାଲ ଗ୍ରାମୀଣ କୌଶଳ ଯୋଜାନକୁ ଓରମାସ ଓ ଓଡିଶା ଜୀବିକା ମିଶନ ସହାୟତା ଓ ନାଉଗାଁ ପଂଚାୟତ ସମିତି ଦ୍ୱାରା ଏହି ମେଳା ଆୟୋଜନ କରାଯାଇଥିଲା । ମେଳାରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସରୋଜକାନ୍ତ ମହାନ୍ତି,ଓରମାସର ସତ୍ୟସୁନ୍ଦର ଶିବରାମ ପଟେଲ,ପ୍ରଭାତ କୁମାର ଦାସ,ସୁଶାନ୍ତ ଜେନା,ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ,ବିଡିଓ ରଶ୍ମିରେଖା ମଲିକ, ସ୍କିଲର ଜିଲ୍ଲା ସଂଯୋଜକ ପବିତ୍ର ସ୍ୱାଇଁ ଆଦି ଉପସ୍ଥିତ ଥିଲେ । ଏହି ମେଳାରେ ଉପାସନା ଏଜୁକେଶନ ଟ୍ରଷ୍ଟ, ଭି-ମାର୍ଟ, ଜିଆରଜି ଏଜୁକେଶନ ଟ୍ରଷ୍ଟ, ନାଇସ କମ୍ପୁଟର, ବିଦ୍ୟା ଭାରତୀ ଆଦି ୧୬ ଟି କମ୍ପାନୀ ଯୋଗ ଦେଇ ଶିବିରରେ ଯୋଗ ଦେଇଥିବା ଯୁବକ ଓ ଯୁବତୀ ମାନଙ୍କୁ ନିଜ ନିଜର କମ୍ପାନୀ ବିଷୟରେ ଅବଗତ କରାଇଥିଲେ । ଏହି ଶିବିରରେ ସର୍ବମୋଟ ୪୮୦ ଜଣ ଯୁବକ ଯୁବତୀଙ୍କ ନାମ ପଂଜୀକୃତ କରିଥିଲେ । ସେଥିମଧ୍ୟରୁ ୪୧୨ ଜଣଙ୍କୁ ତାଲିକାଭୂକ୍ତ କରାଯାଇଥିଲା । ତାଲିକାଭୂକ୍ତ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ କମ୍ପାନୀ ତରଫରୁ କାଉନସେଲିଙ୍ଗ କରାଯିବ । ପିଲାଙ୍କ ଇଚ୍ଛା ମୁତାବକ ସେମାନେ କମ୍ପାନୀ ବାଛିବେ ଓ ପରେ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ । ରାଜ୍ୟରେ ବେକାରୀ ସମସ୍ୟାକୁ ଦୁର କରିବା ସହିତ ଆର୍ଥୀକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ଓଡିଶା ଜୀବିକା ମିଶନ ମାଧ୍ୟମରେ ନିଯୁକ୍ତି ମେଳାର ଆୟୋଜନ କରାଯାଇଥାଏ । ଏହି ମେଳା ଦ୍ୱାରା ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ନିଯୁକ୍ତି ମିଳିବାର ସୁଯୋଗ ସୃଷ୍ଟି ଲକ୍ଷ୍ୟ ରହିଥିବା ଜିଲ୍ଲା ସ୍କିଲ ସଂଯୋଜକ ପ୍ରକାଶ କରିଛନ୍ତି ।ଏହି କାର୍ଯ୍ୟକ୍ରମକୁ ଓଏଲଏମର ବ୍ଲକ ସଂଯୋଜକ ଦୀପକ ମହାନ୍ତି ପରିଚାଳନା କରିଥିଲେ ।