ନାଉଗାଁରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଳକ ଅନ୍ତର୍ଗତ ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ବ୍ଳକସ୍ତରୀୟ ଜବାହାରଲାଲ ନେହେରୁ, ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି ମେଳାକୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଆୟୋଜିତ ମେଳାରେ ବ୍ଳକ ଶିକ୍ଷାଧିକାରୀ ମାଗୁଣି ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ମୁଦୁଲି ଯୋଗ ଦେଇ ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ମନୋବୃତି ନେଇ ପାଠ ପଢିବା ସହ ଦେଶ ଗଠନରେ ସହାୟକ ହେବାକୁ ମତବ୍ୟକ୍ତ କରିଥିଲେ । ତାଙ୍କ ସହିତ ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜ୍ଞାନ ସଂଯୋଜକ ସୁବାସ ଚନ୍ଦ୍ର ରାଉତ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ,ଜିଲ୍ଲାପରିଷଦ ସଭ୍ୟ ସୁବଳ ବେହେରା ଯୋଗ ଦେଇଥିଲେ । ସେହିପରି ଉଦଯାପନୀ ଉସାôବରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ସବୁଜ ବାହିନୀର ସଂଯୋଜକ ଉତ୍କଳ ରଂଜନ ମହାନ୍ତି,ଅତିଥି ଭାବେ ବ୍ଳକ ଅତିରିକ୍ତ ଶିକ୍ଷାଧିକାରୀ ବାଇଧର ତ୍ରିପାଠୀ, ଅକ୍ଷୟ କୁମାର ବେହେରା, ପବିତ୍ର କର, ରୋହିଆ ପଂଚାୟତ ସଭ୍ୟ ପଦ୍ମ ଚରଣ ରାଉତ,ସରପଂଚ ଶିବ ପ୍ରସାଦ ନାୟକ,ରୋହିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ରାଉତ ପ୍ରମୁଖ ଯେଗା ଦେଇଥିଲେ । ସର୍ବମୋଟ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ୫୪ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ପ୍ରାଥମିକ ବିଦ୍ୟାଳୟରୁ ୧ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୨୯ଟି, ଉଚ୍ଚ ବିଦ୍ୟାଳୟରୁ ୨୪ଟି ପ୍ରକଳ୍ପ ଆସିଥିଲା । ସ୍ଥାନ ପାଇଥିବା ପ୍ରକଳ୍ପ ମଧ୍ୟରୁ ୧୦ଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଳକ ବିଜ୍ଞାନ ସଂଯୋଜକ କମିଟି ସଂପାଦକ ନିରଂଜନ ମହାନ୍ତି,ବରିଷ୍ଠ ଶିକ୍ଷକ କୃତିବାସ ରାଉତ, ବ୍ରହ୍ମାନନ୍ଦ ସାହୁ, ବସନ୍ତ ଦାସ, ହିମାଂଶୁ ମହାନ୍ତି, ମିନାକ୍ଷୀ ସେନାପତି, ନିରଞନ ମହାରଣା,ବୁଲାକି ସେଠୀ,ସିଆରସିସି କାଳନ୍ଦୀ ଚରଣ ବିଶ୍ୱାଳ,ରଶ୍ମି ରଂଜନ ମଲ୍ଲିକ, ଶାରଦା ପ୍ରସନ୍ନ ଓଝା, ରୁଦ୍ର ପ୍ରସାଦ ସ୍ୱାଇଁ, ଶରତ ରାଉତ, କମଳ ଲୋଚନ ନାୟକ, ପ୍ରଦୀପ ସ୍ୱାଇଁ, ଫକିର ସାଇଁ, ସହଦେବ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ