ନାଉଗାଁରେ ମା’ଦୁର୍ଗା ଓ ଶିବ ପାର୍ବତୀଙ୍କ ଭସାଣି ଉତ୍ସବ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଳକରେ ଜଗତଜନନୀ ମା’ଦୁର୍ଗା ଓ ଶିବ ପାର୍ବତୀଙ୍କ ଭସାଣି ଉତ୍ସବ ମହାସମାରୋହରେ ଶୁକ୍ରବାର ସମାପନ ହୋଇଛି । ଏହି ଉପଲକ୍ଷେ ନାଉଗାଁ ବଜାର ସାର୍ବଜନୀନ ପୂଜା କମିଟି ପକ୍ଷରୁ ବିଭିନ୍ନ ବାଦ୍ୟ,ଘଂଟଘଂଟା,ଭଜନ,ଡାକବାଜି ଯନ୍ତ୍ର, କୀର୍ତନ ସାଙ୍ଗକୁ ହରିବୋଲ ଧ୍ୱନିରେ ମା’ଙ୍କ ମୃଣ୍ମୟୀ ମୃର୍ତିକୁ ଶୋଭାଯାତ୍ରାରେ ନିଆଯାଇ ନିକଟସ୍ଥ ଗୋବରୀ ନଦୀର ମଣିକଣ୍ଣିକା ଘାଟରେ ବିସର୍ଜନ କରାଯାଇଥିଲା । କମିଟି ସଭାପତି ଅଶୋକ କୁମାର ମହାନ୍ତି, ସଂପାଦକ ଜଗନ୍ନାଥ ଦାସ, ଉପସଭାପତି ମନୋଜ କୁମାର ନାୟକ, କୋଷାଧ୍ୟକ୍ଷ ଅଜୟ କୁମାର ମହାନ୍ତି, ବିବେକାନନ୍ଦ ପରିଜା, ସିମାଦ୍ରି ପରିଜା, ବିଜୟ ମହାନ୍ତିଙ୍କ ସମେତ ବଜାରର ସମସ୍ତ ବ୍ୟବସାୟୀମାନେ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସେହିପରି ଗଂଗଦାହାଟ ପୂଜା କମିଟି ପକ୍ଷରୁ ମା’ଙ୍କ ମୃଣ୍ମୟୀ ମୃର୍ତିକୁ ଶୋଭାଯାତ୍ରାରେ ନିଆଯାଇ କୋରୁଅସ୍ଥିତ ଗୋବରୀ ନଦୀର ଦାମଛନ୍ଦା ଘାଟରେ ବିର୍ସଜନ କରାଯାଇଥିଲା । ଏହି ଭସାଣି ଶୋଭାଯାତ୍ରାରେ କମିଟି ସଦସ୍ୟ ଲକ୍ଷ୍ମୀଧର ସାହୁ, ମହାଦେବ ସାହୁ, ଉଲ୍ଲାସ ସ୍ୱାଇଁ, ଲକ୍ଷ୍ମୀଧର ସେନାପତି, ଧିରେଶ ସ୍ୱାଇଁ, କରୁଣାକର ନାୟକ, ଗାଲବ ଜେନାଙ୍କ ସମେତ ବଜାରର ସମସ୍ତ ବ୍ୟବସାୟୀଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ସେହିପରି ନାଉଗାଁ ବ୍ଳକଛକ ସାର୍ବଜନୀନ ପୂଜା କମିଟି ପକ୍ଷରୁ ଶିବ ପାର୍ବତୀଙ୍କ ମୃଣ୍ମୟୀ ମୃତିକୁ ବିର୍ସଜନ କରାଯାଇଛି । କମିଟିର ସଭାପତି ପୂର୍ଣ୍ଣାନନ୍ଦ ନାୟକ, ସଂପାଦକ ବୈଷ୍ଣବ ରାଉଳ, କୋଷାଧ୍ୟକ୍ଷ ରଶ୍ମୀକାନ୍ତ ରାଉତଙ୍କ ସମେତ ବଜାରର ସମସ୍ତ ବ୍ୟବସାୟୀ ମାନେ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ