ନାଉଗାଁରେ ରକ୍ଷା ବନ୍ଧନ ପାଳିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ଗୁରୁବାର ରକ୍ଷା ପୂର୍ଣ୍ଣମା ଅବସରରେ ନାଉଗାଁ ବ୍ଳକରେ ବିଭିନ୍ନ ଦେବାଳୟରେ ରାକ୍ଷୀ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଠାକୁର ମାନଙ୍କ ନିକଟରେ ରାକ୍ଷୀ ଅର୍ପଣ କରାଯାଇ ବିଭିନ୍ନ ଭୋଗ ଲଗାଯାଇଥିଲା । ପୁରାଣ ତଥ୍ୟ ଅନୁସାରେ ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କର ଜନ୍ମ ଦିନ ହୋଇଥିବାରୁ ପ୍ରତ୍ୟେକ ଓଡିଆ ଘରେ ଗୋମାତାଙ୍କୁ ପିଠାପଣା କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ସେହିପରି ନାଉଗାଁସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ନାଉଗାଁ ଶାଖା ତରଫରୁ ରାକ୍ଷୀ ପୂର୍ଣ୍ଣିମା ପାଳିତ ହେବା ସହିତ ଆଶ୍ରମର ଭଉଣୀମାନେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବ୍ଳକ ତହସିଲ, ନାଉଗାଁ ବଜାରରେ ବିଭିନ୍ନ ଜନସାଧାରଙ୍କ ହାତରେ ରାକ୍ଷୀ ବାନ୍ଧି ସୁସଂପର୍କ ବଜାଇ ରଖିବା ସହିତ ସଂପର୍କ ୁ ସୁଦୃଢ କରିବାର ବାର୍ତା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ